ଆଜି ଖୋଲିବ ଟେଲିଭିଜନରେ ରଥଯାତ୍ରାର ସିଧାପ୍ରସାରଣର ବିଡିଂ । ଏହାପରେ ଜଣାପଡିବ କେଉଁ ଟେଲିଭିଜନ ଚ୍ୟାନେଲ କେତେ ଟଙ୍କାରେ ସିଧାପ୍ରସାରଣ ପାଇଁ ଆବେଦନ କରିଛନ୍ତି । ବିଡିଂ ଜରିଆରେ ଅନୁମତି ଦିଆଯିବା ପ୍ରସଙ୍ଗରେ ଚୂଡାନ୍ତ ନିଷ୍ପତ୍ତି ହୋଇନାହିଁ ବୋଲି ଗତକାଲି କହିଥିଲେ ଶ୍ରୀମନ୍ଦିର ପ୍ରଶାସକ । ଦେବସ୍ନାନ ପୂର୍ଣ୍ଣିମାରୁ ନିଳାଦ୍ରି ବିଜେ ପ୍ରସାରଣ ଅଧିକାର ଶ୍ରୀମନ୍ଦିର ପ୍ରଶାସନର ସବୁ ଟିଭି ଚ୍ୟାନେଲ ଏହି ସମୟରେ କମର୍ସଆଲ ବିଗ୍ୟାପନ ପାଉଛନ୍ତି । ତେଣୁ ଆମେ ଶ୍ରୀମନ୍ଦିରର ଆୟ ବଢାଇବା ଲକ୍ଷ୍ୟରେ ବିଡିଂ ବ୍ୟବସ୍ଥା କରିଛୁ ବୋଲି ସେ ସୁୂଚନା ଦେଇଛନ୍ତି । ସେପଟେ ସିଧାପ୍ରସାରଣର କଟକଣାକୁ ଶ୍ରୀ ଜଗନ୍ନାଥ ସଂସ୍କୃତି ଗବେଷକ ନାପସନ୍ଦ କରିଥିବାବେଳେ ଦଇଦାପତି ମଧ୍ୟ ବିରୋଧ କରିଛନ୍ତି । ଅର୍ଥ ଉପାର୍ଜନ ପାଇଁ ଏଥର ଶ୍ରୀମନ୍ଦିର ପ୍ରଶାସନ ବିଶ୍ଵ ପ୍ରସିଦ୍ଧ ପୁରୀ ରଥ ଯାତ୍ରାର ପ୍ରସାରଣ ନିଲାମ କରିବାକୁ ଯାଉଛନ୍ତି। ଏହା ଅନୁଯାୟୀ କେବଳ ଗୋଟିଏ ଚ୍ୟାନେଲକୁ ମିଳିବ ପ୍ରସାରଣର ଅଧିକାର । ଏହାକୁ ନେଇ ଏବେ ସାଧାରଣରେ ପ୍ରଶ୍ନ ଉଠୁଛି ଯେ, ଧର୍ମ ନାମରେ ଶ୍ରୀମନ୍ଦିର ପ୍ରଶାସନ ବେପାର କରିବାକୁ ଯାଉଛି। ପୁରୀ ରଥ ଯାତ୍ରା ପ୍ରସାରଣର ନିଲାମ ନିଷ୍ପତ୍ତିକୁ କଡ଼ା ବିରୋଧ କରିଛନ୍ତି ବରିଷ୍ଠ କଂଗ୍ରେସ ନେତ ତଥା ବିଧାୟକ ନରସିଂହ ମିଶ୍ର। ଧର୍ମ ନାଁରେ ପୁରୀ ଶ୍ରୀମନ୍ଦିର ପ୍ରଶାସନ ଏବେ ଅର୍ଥ ଉପାର୍ଜନ କରିବାକୁ ଆଗଭର ହେଉଛି। ଧର୍ମ ନାଁରେ ଯିଏ ଅର୍ଥ ଉପାର୍ଜନ କରେ ମୁଁ ତାକୁ ବିରୋଧ କରେ। ସୁଚନାଅନୁସାରେ, ପ୍ରତ୍ୟେକ ବର୍ଷ ବିଭିନ୍ନ ଗଣମାଧ୍ୟମ ରଥ ଯାତ୍ରାର ସିଧା ପ୍ରସାରଣ କରିଆସୁଥିଲେ। ମାତ୍ର ଏଥର ଶ୍ରୀମନ୍ଦିର ପ୍ରଶାସନ ପ୍ରସାରଣର ନିଲାମ କରିବାକୁ ଯାଉଛନ୍ତି। ଯେଉଁ ଚ୍ୟାନେଲ ଅଧିକ ଅର୍ଥ ଦେବ ତାକୁ ଦେବସ୍ନାନ ପୂର୍ଣ୍ଣିମାଠୁ ନେଇ ନୀଳାଦ୍ରିବିଜେ ପର୍ଯ୍ୟନ୍ତ ପ୍ରସାରଣର ଅଧିକାର ମିଳିବ।

LEAVE A REPLY

Please enter your comment!
Please enter your name here