ହିନ୍ଦୁ ଧର୍ମାବଲମ୍ବୀଙ୍କ ଆରାଧ୍ୟ ଦେବତା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପ୍ରତି ଅପମାନ । ଶ୍ରୀଜଗନ୍ନାଥପ୍ରେମୀଙ୍କୁ ଲଜ୍ଜା । ଯାହାଙ୍କୁ ଠାକୁର ବୋଲି କହି ପୂଜା କରୁଛନ୍ତି, ତାଙ୍କୁ ଅତି ଦୟନୀୟ ଭାବେ ଟ୍ରକରେ ବାନ୍ଧି ନେଉଥିବାର ଭିଡିଓ ସୋସିଆଲ ମିଡିଆକେ ଭାଇରାଲ ହେବାରେ ଲାଗିଛି । ବାଲେଶ୍ବରରେ ଜଣେ ବ୍ୟକ୍ତି ଏକ ଟ୍ରକରେ କାଠପଟା ବୋଝେଇ କରି ନେଉଥିବା ବେଳେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ମୂର୍ତ୍ତିକୁ ବାହାରକୁ ଝୁଲେଇ ବାନ୍ଧି କରି ନେଉଥିବାର ଦୃଶ୍ୟ ରହିଛି । ରାସ୍ତାରେ କାରରେ ଯାଉଥିବା ଜଣେ ବ୍ୟକ୍ତି ଏହାର ଭିଡିଓ ସୁଟିଂ କରି ସୋସିଆଲ ମିଡିଆରେ ପୋଷ୍ଟ କରିବା ପରେ ଏହି ଘଟଣାକୁ ସାଧାରଣରେ ନିନ୍ଦା କରାଯାଇଛି । ଶ୍ରୀଜଗନ୍ନାଥଙ୍କ ମୂର୍ତ୍ତିକୁ ଅତି ଅଶୋଭନୀୟ ଭାବେ ପରିବହନ କରିବା ଶ୍ରୀଜଗନ୍ନାଥ ପ୍ରେମୀଙ୍କ ଭାବାବେଗକୁ ଆଘାତ ଦେଇଛି । ତେଣୁ ଏଭଳି ପରିବହନ କରୁଥିବା ବ୍ୟକ୍ତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି ହେଉଛି ।

LEAVE A REPLY

Please enter your comment!
Please enter your name here