ପ୍ରକାଶ ପାଇଛି କ୍ୟାରିଅରର ପ୍ରଥମ ସୋପାନ କୁହାଯାଉଥିବା ମାଟ୍ରିକ ପରୀକ୍ଷା ଫଳ । ରେଜଲ୍ଟ ବାହାରିବା ପରେ ସଫଳତାକୁ ନେଇ ବେଶ୍ ଖୁସି ଅଛନ୍ତି ଛାତ୍ରଛାତ୍ରୀ । ମାଟ୍ରିକ ଭଳି କ୍ୟାରିଅରର ଗୁରୁତ୍ୱପୂର୍ଣ୍ଣ ପରୀକ୍ଷାରେ ପରିଶ୍ରମ ସାର୍ଥକ ହେବା ପରେ ସେଲିବ୍ରେସନ ମୁଡରେ ଛାତ୍ରଛାତ୍ରୀ । କିନ୍ତୁ ଏଥର ପୁଣି ଛାତ୍ରଙ୍କୁ ପଛରେ ପକାଇ ବାଜି ମାରି ନେଇଛନ୍ତି ଛାତ୍ରୀ । ଚଳିତ ବର୍ଷ ମାଟ୍ରିକ ପାସ ହାର ରହିଛି ୭୦ ଦଶମିକ ୭୮ ପ୍ରତିଶତ । ପାସ କରିଛନ୍ତି ୩ ଲକ୍ଷ ୯୭ ହଜାର ୧୨୫ ପରୀକ୍ଷାର୍ଥୀ । ୨୮୯ଟି ସ୍କୁଲରେ ଶତପ୍ରତିଶତ ରେଜଲ୍ଟ ହୋଇଥିବା ବେଳେ ୮୨ଟି ସ୍କୁଲରେ ରେଜଲ୍ଟ ଶୂନ । ଝାରସୁଗୁଡା ଜିଲ୍ଲାରେ ସର୍ବାଧିକ ପାସହାର ରହିଛି ୮୫ ଦଶମିକ ୪୮ପ୍ରତିଶତ । କୋରାପୁଟରେ ସର୍ବନିମ୍ନ ପାସହାର ୫୦ ଦଶମିକ ୬୧ପ୍ରତିଶତ । ଖାତା ରି ଚେକିଂ ପାଇଁ ମେ 24 ତାରିଖ ଧାର୍ଯ଼୍ୟ କରାଯାଇଥିବା ବେଳେ ସପ୍ଲିମେଣ୍ଟାରୀ ପରୀକ୍ଷା ପାଇଁ ଜୁନ ଶେଷ ସପ୍ତାହ ଧାର୍ଯ଼୍ୟ କରାଯାଇଛି । ଏଥର ସାମଗ୍ରୀକ ଭାବେ ନିରାଶ କରିଛି ପରୀକ୍ଷା ଫଳ । ପରୀକ୍ଷା ଦେଇଥିଲେ ୫ ଲକ୍ଷ ୬୧ ହଜାରରୁ ଅଧିକ ପରୀକ୍ଷାର୍ଥୀ । ୧ଲକ୍ଷ ୬୩ ହଜାର ୯୫୪ ଛାତ୍ରଛାତ୍ରୀ ଫେଲ । ଗତ ବର୍ଷ ପାସ ହାର ଥିଲା ୭୬ ଦଶମିକ ୨୩ ପ୍ରତିଶତ । ସେହିପରି ୨୦୧୭ରେ ୮୫ ଦଶମିକ୨୮ ପ୍ରତିଶତ ପାସ ହାର ରହିଥିଲା । ୨୦୧୬ ବର୍ଷରେ ପାସ ହାର ଥିଲା ୮୩ ଦଶମିକ ୭୨ ପ୍ରତିଶତ । ୨୦୧୫ ମସିହାରେ ପାସହାର ୮୦ ଦଶମିକ୯୩ ପ୍ରତିଶତ ରହିଥିବାବେଳେ ୨୦୧୪ରେ ୮୦ ଦଶମିକ ୯୭ ପ୍ରତିଶତ ପାସ ହାର ରହିଥିଲା ।

କେଉଁ ଗ୍ରେଡରେ କେତେ ପାସ୍?
ଏ-୧ ୧୧ଶହ ୮୧
ଏ-୨ ୯ ହଜାର ୩୩୮
ବି-୧- ୨୪ ହଜାର ୯୯୧
ବି-୨- ୪୬ ହଜାର ୩୧୯
ସି ୭୬ ହଜାର ୧୩୯
ଡି ୧ଲକ୍ଷ ୧୬ହଜାର ୨୬୨
ଇ ୧ଳକ୍ଷ ୨୨ ହଜାର ୬୨
ଏଫ ୧ ଲକ୍ଷ ୬୩ ହଜାର ୯୫୪

 

LEAVE A REPLY

Please enter your comment!
Please enter your name here