ପ୍ରକାଶ ପାଇଛି ମାଟ୍ରିକ ରେଜଲ୍ଟ । ଯେଉଁମାନେ ନିଜର ଫଳାଫଳକୁ ନେଇ ସନ୍ତୁଷ୍ଟ ନାହାଁନ୍ତି । ସେମାନେ ଯାଞ୍ଚ ପାଇଁ ଆସନ୍ତା ୨୪ ତାରିଖଠାରୁ ଆବେଦନ କରି ପାରିବେ । ଏ ନେଇ ଗଣଶିକ୍ଷା ସଚିବ ପ୍ରଦୀପ୍ତ ମହାପାତ୍ର ସୂଚନା ଦେଇଛନ୍ତି । ୨୪ ତାରିଖରୁ ପୁନଃ ଯାଞ୍ଚ ପାଇଁ ଆବେଦନ କରିପାରିବେ ଛାତ୍ରଛାତ୍ରୀ । ତେବେ ଜୁନ୍‌ ଶେଷ ସପ୍ତାହ ଆଡକୁ ସପ୍ଲିମେଣ୍ଟାରୀ ପରୀକ୍ଷା ଅନୁଷ୍ଠିତ ହେବ ବୋଲି ସଚିବ ସୂଚନା ଦେଇଛନ୍ତି । ତେବେ ପରୀକ୍ଷାରେ ସ୍ୱଚ୍ଛତା, ପାରାଲାଲ କପି ରୋକା ଯିବା ଦ୍ୱାରା ପାସ୍‌ ହାର୍‌ କମିଛି । କିନ୍ତୁ ଯେଉଁ ସ୍କୁଲମାନଙ୍କରେ ଫଳାଫଳ ଶୂନ୍ୟ ରହିଛି ସେହି ସ୍କୁଲ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ସହିତ ସମୀକ୍ଷା କରାଯିବା ନେଇ ସଚିବ ଶ୍ରୀ ମହାପାତ୍ର କହିଛନ୍ତି । ସୁଚନାଅନୁସାରେ, ଚଳିତ ଥର ୮୨ଟି ବିଦ୍ୟାଳୟରେ ଫଳାଫଳ ଶୂନ୍ୟ ରହିଛି । ୨୮୯ଟି ବିଦ୍ୟାଳୟରେ ଶତ ପ୍ରତିଶତ ଫଳାଫଳ ହୋଇଛି ।

LEAVE A REPLY

Please enter your comment!
Please enter your name here