ଆସନ୍ତାକାଲି ମହାଶିବରାତ୍ରୀ । ଜାଗର ଯାତ୍ରା ପାଇଁ ସଜେଇ ହେଉଛି ଏକାମ୍ର କ୍ଷେତ୍ର । ଏକାମ୍ର କ୍ଷେତ୍ର ସମେତ ରାଜ୍ୟର ବିଭିନ୍ନ ଶୈବ ପୀଠରେ ଶେଷ ପର୍ଯ୍ୟାୟରେ ପ୍ରସ୍ତୁତି । ଲିଙ୍ଗରାଜ ମନ୍ଦିର ଚତୁପାଶ୍ୱର୍ରୁ ବେଆଇନ ଉଚ୍ଛେଦ ପରେ ବିଏମସି ପକ୍ଷରୁ ସୌନ୍ଦର୍ଯ୍ୟକରଣ କରାଯାଇଛି । ସିଂହଦ୍ୱାର ସମ୍ମୁଖରୁ ପାଖାପାଖି ୨୦୦ ମିଟର ଦୂରରୁ କରାଯାଇଛି ବ୍ୟାରିକେଡ୍ । ଶ୍ରଦ୍ଧାଳୁଙ୍କ ପାଇଁ ଭଜନ ମଣ୍ଡପ ସ୍ଥାନରେ ଏକ ଅସ୍ଥାଇ ଷ୍ଟେଜ୍ କରାଯାଇଛି । ଚଳିତବର୍ଷ ଜାଗର ଯାତ୍ରା ପାଇଁ ଲିଙ୍ଗରାଜ ମନ୍ଦିରର ନିତୀ ନିର୍ଘଣ୍ଟ ଅନୁସାରେ ରାତି ୩ଟାରେ ମନ୍ଦିର ଦ୍ୱାର ଖୋଲାଯିବ । ରାତି ୧୦ଟାରେ ଉଠିବ ମହାପ୍ରଭୁଙ୍କ ମହାଦୀପ ।

LEAVE A REPLY

Please enter your comment!
Please enter your name here