କେତେବେଳେ ସେମାନେ ସିମାନ୍ତରେ ପ୍ରହରି ତ ଆଉ କେତେବେଳେ ଦେଶବାସୀଙ୍କ ପାଇଁ ବିପଦଆପଦର ସାଥୀ। କେରଳର ପ୍ରଳୟଙ୍କର ବନ୍ୟା କବଳରୁ ଲୋକଙ୍କୁ ଉଦ୍ଧାର କରିବା ପାଇଁ ଭାରତୀୟ ଯବାନଙ୍କ ଏହି ମହାନତା ପୁଣିଥରେ ପ୍ରତିପାଦିତ ହୋଇଛି। କେରଳରେ ବନ୍ୟା ପ୍ରପୀଡିତଙ୍କୁ ଉଦ୍ଧାର ପାଇଁ ଦେବଦୁତ୍ତ ସାଜିଛନ୍ତି ଯବାନ। ଏହି ଦୃଶ୍ୟକୁ ଦେଖନ୍ତୁ । ପାଣି ଘେରରେ ଥିବା ଲୋକଙ୍କୁ ପାୱାର ବୋଟ ମଧ୍ୟକୁ ନେବା ପାଇଁ କିଭଳି ଜଣେ ଯବାନ ପାଣି ଭିତରେ ଆଣ୍ଠେଇକି ରହିଛନ୍ତି। ଆଉ ଲୋକମାନେ ତାଙ୍କ ପିଠି ଉପରେ ଚଢି ବୋଟ ମଧ୍ୟକୁ ଜଣ ଜଣ କରି ଯାଉଛନ୍ତି। ଏମିତି ଯବାନଙ୍କୁ ଆପଣ କେମିତି ସାବାସୀ ଦେବେ, ଚିନ୍ତା କରନ୍ତୁ।

LEAVE A REPLY

Please enter your comment!
Please enter your name here