ଚେନ୍ନାଇ: ଅଭିନେତା କମଲ ହାସନଙ୍କ ରିଲିଜ ହବାକୁ ଥିବା ‘ଇଣ୍ଡିଆନ ଟୁ’ର ସୁଟିଂ ସେଟରେ ଏକ ବଡ ଧରଣର ଦୁର୍ଘଟଣା ଘଟିଛି । ‘ଇଣ୍ଡିଆନ ଟୁ’ର ସୁଟିଂ ଚାଲିଥିବା ବେଳେ ଷ୍ଟୁଡିଓ ସେଟ୍ ରେ ଏକ କ୍ରେନ୍ ଭାଙ୍ଗି ଯାଇଥିଲା ଫଳରେ ସେଥିରେ ଚାପି ହୋଇ ସହ ନିର୍ଦ୍ଦେଶକ କ୍ରିଷ୍ଣା, ନିର୍ଦ୍ଦେଶକ ଶଙ୍କରଙ୍କର ବ୍ୟକ୍ତିଗତ ସହଯୋଗୀ ମଧୁ ଏବଂ ଚନ୍ଦନ ନାମକ ଜଣେ ଷ୍ଟାପ୍‌ଙ୍କର ମୃତ୍ୟୁ ଘଟିଛି । ଏବଂ ଏଥିରେ ୧୦ ଜଣ ଆହତ ହୋଇଥିବା ମଧ୍ୟ ସୂଚନା ମିଳିଛି । ଆହତ ମାନଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଦୁର୍ଘଟଣା ସମୟରେ ଅଭିନେତା କମଲ ହାସନ ମଧ୍ୟ ସୁଟିଂ ସେଟରେ ଉପସ୍ଥିତ ଥିଲେ । କିନ୍ତୁ ସେ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି । କମଲ ହାସନ ଆଜି ଆହତ ମାନଙ୍କୁ ହସ୍ପିଟାଲରେ ଭେଟିଥିଲେ ।

LEAVE A REPLY

Please enter your comment!
Please enter your name here