କଳହକୁ ନେଇ କେନ୍ଦ୍ରାପଡା ମଧୂସୁଦନପୁର ଗ୍ରାମରେ ଏକ ଚାଞ୍ଚଲ୍ୟକର ଘଟଣା ଘଟିଛି. ପଡୋଶୀ ଯୁବକଙ୍କ ମାଡରେ ଗୋଟିଏ ପରିବାରର ବୃଦ୍ଧ ପିତା, ମାତା ଓ ଝିଅ ମୃତ୍ୟୁବରଣ କରିଛନ୍ତି. ସୂଚନା ଅନୁସାରେ, ଗତ ରାତିରେ ଅଭିଯୁକ୍ତ ବିକ୍ରମ ଦାସ ନିଶାସକ୍ତ ଅବସ୍ଥାରେ ଘରକୁ ଫେରିଥିଲା. ନିଶା ଖାଇବା କାରଣକୁ ନେଇ ଉଭୟ ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ବଚସା ହୋଇଥିଲା. ଯାହାଫଳରେ ସେ ନିଜ ସ୍ତ୍ରୀକୁ ପିଟିବାକୁ ଲାଗିଥିଲା. ତେବେ ଏହି କଳହକୁ ବନ୍ଦ କରିବା ପାଇଁ ବିକ୍ରମର ବାପା ଅକ୍ଷୟ ଓ ମା କେତକୀ  ଆସି ତାକୁ ବୁଝେଇବାକୁ ଚେଷ୍ଟା କରିଥିଲେ. ମାତ୍ର ସେ ରାଗିଯାଇ ଦୁହିଁଙ୍କୁ ମାଡ ମାରିଥିଲା. ଫଳରେ ଜୀବନ ବଞ୍ଚାଇବା ପାଇଁ ସେମାନେ ଏଣେତେଣେ ଧାଇଁଥିଲେ. ମାତ୍ର ବିକ୍ରମର ହାବୁଡରେ ପଡିଯାଇଥିଲେ ପଡିଶା ଜେଜେ ଧ୍ରୁବ ଦାସ ଓ ଜେଜେମା ସରସ୍ୱତୀ ଓ ତାଙ୍କ ଝିଅ ପ୍ରତିମା.  ଏହି ତିନି ଜଣଙ୍କୁ ବିକ୍ରମ ଏକ ଧାରୁଆ ଅସ୍ତ୍ରରେ ପ୍ରହାର କରିଥିଲା. ଯାହାଫଳରେ ସେହି ସ୍ଥାନରେ ଜେଜେ ଧ୍ରୁବ ଓ ତାଙ୍କ ସ୍ତ୍ରୀ ସରସ୍ୱତୀଙ୍କ ମୃତ୍ୟୁ ହୋଇଥିଲା. ତେବେ ଗୁରୁତର ଅବସ୍ଥାରେ ଝିଅ ପ୍ରତିମାକୁ କଟକ ନିଆଯାଉଥିବା ବେଳେ ବାଟରେ ତାର ମୃତ୍ୟୁ ହୋଇଥିବା କହିଛନ୍ତି ବାପା ଅକ୍ଷୟ. ଏହି କାଣ୍ଡ କରିବା ପରେ ବିକ୍ରମ ଗାଁରୁ ଫେରାର ହୋଇଯାଇଥିଲା ମାତ୍ର ଗ୍ରାମବାସୀଙ୍କ କବଳରୁ ରକ୍ଷା ପାଇପାରିନଥିଲା ବିକ୍ରମ. ପରେ ପାଟକୁରା ପୋଲିସ ଆସି ଅଭିଯୁକ୍ତ ବିକ୍ରମକୁ ଧରି ଥାନାକୁ ନେଇଛି. ଯଦିଓ ପ୍ରକୃତରେ ଏହି ଘଟଣାର ସତ୍ୟାସତ୍ୟ ଜଣାପଡିନାହିଁ ତଥାପି ଜମିବାଡିକୁ କେନ୍ଦ୍ରକରି ଏଭଳି ଘଟଣା ଘଟିଥିବା ସନ୍ଦେହ କରାଯାଉଛି.

LEAVE A REPLY

Please enter your comment!
Please enter your name here