ଆଜି ହେଉଛି ଛତିଶଗଡ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନର ଶେଷ ତଥା ଅନ୍ତିମ ଦିନ. ଆସନ୍ତା 20 ତାରିଖରେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ନିଜର ଶେଷ ପ୍ରଚାର କରିଛନ୍ତି. ଯେଉଁଥିରେ ସେ ଜନତାଙ୍କୁ ଟାର୍ଗେଟ କରି ସେମାନଙ୍କ ମନରେ ବିଜେପି ପ୍ରତି ସକରାତ୍ମକ ଭାବନା ସୃଷ୍ଟି କରିବାକୁ ଚେଷ୍ଟା କରିଛନ୍ତି ଆଉ ନିଜ ଦଳ ପାଇଁ ଜନତାଙ୍କ ନିକଟରୁ ଭୋଟ ମାଗିଛନ୍ତି. ବର୍ତ୍ତମାନ ଲୋକଙ୍କ ପାଖରେ ସୁଯୋଗ ଅଛି. ସେମାନେ ଉପଯୁକ୍ତ ଦଳକୁ ବାଛନ୍ତୁ ବୋଲି ମୋଦି କହିଛନ୍ତି. ଏହାଛଡା ସେ ଲୋକଙ୍କୁ ନିଜ ଦଳ ପାଖରେ ଥିବା କ୍ଷମତା ସଂପର୍କରେ କହିବା ସହ କଂଗ୍ରେସ ଉପରେ ବର୍ଷିଛନ୍ତି. ତେବେ, ଦ୍ୱିତୀୟ ପର୍ଯ୍ୟାୟରେ 72ଟି ଆସନ ପାଇଁ ନିର୍ବାଚନ ହେବାକୁ ଥିବା ବେଳେ ଗତ 12 ତାରିଖରେ 18ଟି ଆସନ ପାଇଁ ମତଦାନ ସରିଛି.

LEAVE A REPLY

Please enter your comment!
Please enter your name here