ଆଠଜଣ ଏନସିସି କ୍ୟାଡେଟ ଆଣ୍ଠୁଏ ବର୍ଷାପାଣିରେ ଆଣ୍ଠେଇକି ବସିଛନ୍ତି । ବର୍ଷା ପାଣି ଭିତରେ ମୁଣ୍ଡକୁ ବୁଡେଇ ରଖିଛନ୍ତି । ଆଉ ଜଣେ ସିନିଅର ଛାତ୍ର ଏକ ଲାଠିରେ ଏନିସିସି ଛାତ୍ରଙ୍କୁ ମନଇଚ୍ଛା ପିଟିବାରେ ଲାଗିଛନ୍ତି । ଏନିସିସି ଛାତ୍ରଙ୍କ ଉପରେ ଏଭଳି ଅକଥନୀୟ ପ୍ରହାର କରିବାର ଭିଜୁଆଲ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ଦୋଷୀ ସିନିଅର ଛାତ୍ର ଏବଂ କଲେଜ କର୍ତ୍ତୃପକ୍ଷଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ବିଭିନ୍ନ ମହଲରେ ଦାବି ହୋଇଛି ।
ଏନସିସି ତାଲିମ ନାଁରେ ଘଟିଥିବା ଏହି ଲଜ୍ଜାଜନକ ଘଟଣା ଘଟିଛି ମହାରାଷ୍ଟ୍ରର ଥାନେ ଅଞ୍ଚଳରେ ଥିବା ବାନ୍ଦୋଦକର କଲେଜରେ । ସିନିଅର ଛାତ୍ରଙ୍କ ମାଡରେ ଏନିସିସି କ୍ୟାଡେଟମାନେ ଚିତ୍କାର କରୁଥିଲେ ହେଁ ମାଡ ବନ୍ଦ ହେଉନି । କଲେଜର ଜଣେ ଛାତ୍ର ପାଚେରି ପଠପଟୁ ଲୁଚି ରହି ଏହି ଭିଡିଓ ସୁଟିଂ କରିଥିବା ଜଣାପଡିଛି । ତେବେ କଲେଜର ଅଧ୍ୟକ୍ଷା ସୁଚିତ୍ରା ନାୟକ କହିଛନ୍ତି, ଏଭଳି ଅମାନୁଷିକ ବ୍ୟବହାର କରିଥିବା ଛାତ୍ରଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଗତ 40 ବର୍ଷ ଧରି କଲେଜରେ ଏନସିସି ତାଲିମ ଚାଲିଥିଲେ ହେଁ ଘଟଣାଦିନ ଏନସିସି ଶିକ୍ଷକଙ୍କ ଅନୁପସ୍ଥିତିରେ ଜଣେ ସିନିଅର ଏନସିସି ଛାତ୍ର ତାଲିମ ଦେଉଥିଲେ । ତେବେ ଏଭଳି ବିକୃତ ମାନସିକତା ଥିବା ଛାତ୍ରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି ।

LEAVE A REPLY

Please enter your comment!
Please enter your name here