କେନ୍ଦ୍ର କ୍ୟାବିନେଟ ଆଜି ନୂଆ ପେନସନ ସ୍କିମ୍ ୟୁନିଅନ ପେନସନ ସ୍କିମକୁ ମଂଜୁରୀ ଦେଇଛି । ନୂଆ ପେନସନ ସ୍କିମ ଦ୍ବାରା ପ୍ରାୟ 23 ଲକ୍ଷ କେନ୍ଦ୍ରୀୟ କର୍ମଚାରୀ ଉପକୃତ ହେବେ ବୋଲି କୁହାଯାଇଛି । ପୂର୍ବରୁ ପ୍ରଚଳିତ ନ୍ୟାସନାଲ ପେନସନ ସ୍କିମ ବା ଏନପିଏସକୁ ବିରୋଧ କରାଯିବା ପରେ କେନ୍ଦ୍ର ସରକାର ଏହି ନୂଆ ପେନସନ ସ୍କିମ ଆରମ୍ଭ କରିଛନ୍ତି । ନୂଆ ପେନସନ ଯୋଜନା ୟୁପିଏସ 2025 ଏପ୍ରିଲ 1 ରୁ ଲାଗୁ ହେବ । ଅବସର ନେବାର ବର୍ଷକ ପୂର୍ବରୁ କର୍ମଚାରୀମାନେ ପାଉଥିବା ବେସିକ୍ ପେ ର ପଚାଶ ପ୍ରତିଶତ ପେନସନ ଆକାରରେ ପାଇବେ । ପସିଛବର୍ଷ ଚାକିରୀ କରିଥିବା କର୍ମଚାରୀଙ୍କୁ ଏହି ସୁଯୋଗ ମିଳିବ । ଯଦି ପଚିଶବର୍ଷରୁ କମ୍ ଏବଂ ସର୍ବାଧିକ ଦଶ ବର୍ଷ ଚାକିରୀ କରିଥିବେ, ସେହି କର୍ମଚାରୀଙ୍କୁ ଦଶହଜାର ଟଙ୍କା ପେନସନ ମିଳିପାରିବ । ଅବସରପ୍ରାପ୍ତ କର୍ମଚାରୀଙ୍କ ଦେହାନ୍ତ ପରେ ସ୍ବାମୀ କିମ୍ବା ସ୍ତ୍ରୀଙ୍କୁ ପ୍ୟାମିଲି ପେନସନ ମଧ୍ୟ ମିଳିପାରିବ ।

LEAVE A REPLY

Please enter your comment!
Please enter your name here