ଦୋକାନ ଓ ଘର ଭଙ୍ଗା ପରେ ଆଜି ପାଳିପଡିଥିଲା ମହାଦେବ ଏବଂ ତାରିଣୀଙ୍କର । ପ୍ରବଳ ଜନ ଅସନ୍ତୋଷ ଏବଂ ତୀବ୍ର ବିରୋଧ ଭିତରେ ପୁଣି ଆରମ୍ଭ ହୋଇଥିଲା ଲିଙ୍ଗରାଜ ମନ୍ଦିର ଚତୁପାଶ୍ୱର୍ରେ ଜବରଦଖଲ ଉଚ୍ଛେଦ କାମ । ବୁଲଡୋଜର ପହଞ୍ଚିଥିଲା ବେଢା ବାହାରେ ଥିବା ଶିବ ମନ୍ଦିର ପାଖରେ । ପ୍ରଥମେ ମନ୍ଦିର ଭାଙ୍ଗିବା ପରେ ଜେସିବି ଲଗାଇ ତଡା ହୋଇଥିଲା ଶିବଲିଙ୍ଗ । ମାନସିକ ପୂରଣ ପାଇଁ ଯେଉଁ ଶିବଲିଙ୍ଗ ଉପରେ ଲୋକେ ଖୀର, ବେଲପତ୍ର ଚଢାଉଥିଲେ, ଆଜି ତାକୁ ତାଡିକି ଉଠାଇ ଦେଇଥିଲେ ସ୍କାର୍ଡ । ଶିବ ଲିଙ୍ଗକୁ ତାଡିବା ପରେ ତାକୁ ଡ୍ରେସିଂ କରି ଉଠାଇ ନେଇଥିଲେ ଟିମ୍ । ଶିବ ମନ୍ଦିର ପରେ ସ୍କାର୍ଡ ପହଞ୍ଚିଥିଲା ତାରିଣୀ ମନ୍ଦିର ପାଖରେ । ତାରିଣୀ ମନ୍ଦିର ନ ଭାଙ୍ଗିବା ପାଇଁ ଲୋକେ ଅନୁରୋଧ କରିଥିଲେ । ମାତ୍ର ସରକାରଙ୍କ ଏକାମ୍ର କ୍ଷେତ୍ର ପରିବ୍ୟାପ୍ତ ଯୋଜନାରେ ହାଟ ପାଖରେ ଥିବା ତାରିଣୀ ମନ୍ଦିର ଭାଙ୍ଗିବା ପାଇଁ ନିଷ୍ପତ୍ତି ହୋଇଥିଲା । ଦେଖନ୍ତୁ ଏ ଦୃଶ୍ୟ, ବିଭିନ୍ନ ପୂଜା ପର୍ବରେ ଯେଉଁ ମନ୍ଦିରକୁ ଆସି ଲୋକମାନେ ମାଙ୍କ ୁ ମୁଣ୍ଡିଆ ମାରୁଥିଲେ, ସେଇ ମନ୍ଦିର କିଛି ସମୟ ଭିତରେ ମାଟିରେ ମିଶିଗଲା । ମାଙ୍କ ମୂର୍ତ୍ତିକୁ ସ୍କ୍ୱାର୍ଡ ଟିମ୍ ଉଠାଇ ଗାଡିରେ ନେଇଗଲେ । ତେବେ ସରକାରଙ୍କ ନିଷ୍ପତ୍ତି ପାଖରେ ଲୋକେ କିଛି କରିପାରି ନଥିଲେ ବି ରାଗି ପାଚି ଲାଲ୍ ହୋଇଯାଇଥିଲେ । ଗତ ସୋମବାର ଲିଙ୍ଗରାଜ ମନ୍ଦିର ଚତୁପାଶ୍ୱର୍ରେ ବେଆଇନ ଉଚ୍ଛେଦ କାମ ଆରମ୍ଭ ହୋଇଥିବାବେଳେ ପ୍ରବଳ ବିରୋଧ ଯୋଗୁ ଗତ ଦୁଇ ଦିନ ଧରି ବନ୍ଦ ରହିଥିଲା । ଗୁରୁବାର ମୁଖ୍ୟମନ୍ତ୍ରୀ ଲିଙ୍ଗରାଜ ମନ୍ଦିର ଚତୁଃପାଶ୍ୱର୍ ପାଇଁ କରାଯାଇତିବା ଯୋଜନା ଓ କ୍ଷତିଗ୍ରସ୍ତ ଲୋକଙ୍କ ଥଇଥାନ ପାଇଁ ପ୍ୟାକେଜ ଘୋଷଣା କରିବା ପରେ ଆଜି ଠାରୁ ଜୋରଦାର ହୋଇଥିଲା ଉଚ୍ଛେଦ କାମ ।

LEAVE A REPLY

Please enter your comment!
Please enter your name here