ମଙ୍ଗଳବାର ସଂଧ୍ୟାରେ ମହାନଦୀ ପୋଲରେ ହୋଇଥିବା ମର୍ମନ୍ତୁଦ ବସ ଦୁର୍ଘଟଣାରେ ଅସମୟରେ ଲିଭିଯାଇଛି ୧୦ ଜୀବନଦୀପ . ନିଜର ଭାଗ୍ୟବଳରେ ମୃତ୍ୟୁ ମୁଖରୁ ଫେରି ଆସିଛନ୍ତି ପ୍ରାୟ ୫୦ ଯାତ୍ରୀ . ତେବେ ଏହି ଦୁର୍ଘଟଣାରେ କିଛି ଭୁଲ ବସ ଡ୍ରାଇଭରର ଥିବା ସତ୍ୱେ ପୋଲ ଉପରେ ବେଫିକର ଭାବେ ବୁଲୁଥିବା ମଇଁଷି ପାଇଁ ହିଁ ଏହି ଦୁର୍ଘଟଣା ଘଟିଥିବାର ସାଧାରଣରେ ଚର୍ଚ୍ଚା ଜୋର ଧରିଛି . ହେଲେ ପ୍ରତ୍ୟେକ ଦିନ ଏଭଳି ଛୋଟବଡ଼ ଦୁର୍ଘଟଣା ପ୍ରାୟତଃ ସବୁ ଜାଗାରେ ଦେଖିବାକୁ ମିଳୁଛି. କେତେବେଳେ ବୁଲାକୁକୁର ହଠାତ ରୋଡ ଉପରକୁ ଚାଲି ଆସିଥାନ୍ତି ତ କେତେବେଳେ ଗାଇ,ଗୋରୁ ମାନଙ୍କ ମୁଖ୍ୟ ରାସ୍ତାର ଅବରୋଧ ଗାଡ଼ି ଚାଳକ ମାନଙ୍କ ପାଇଁ ବିପଦ ସୃଷ୍ଟି କରିଥାଏ . ହେଲେ ଏହାପ୍ରତି ପ୍ରଶାସନର ଟିକେ ହେଲେ ବି ନିଘା ନାହିଁ . ଦୃଢ଼ ପଦକ୍ଷେପ ନେବା ପରିବର୍ତ୍ତେ ସେମାନଙ୍କୁ ଘଉଡାଇ ରାସ୍ତା ଫାଙ୍କା କରିଦେଇଥାଏ ପ୍ରଶାସନ .
ପୋଲିସ କମିଶନର ସତ୍ୟଜୀତ ମହାନ୍ତିଙ୍କ କହିବାନୁଯାୟୀ, ବ୍ରିଜ ଉପରେ ମଇଁଷିର ଉପସ୍ଥିତି ଡ୍ରାଇଭରକୁ ହଠାତ ବ୍ରେକ ମାରିବା ପାଇଁ ବାଧ୍ୟ କରିଥିଲା .ଆଉ ତା’ ପରେ ଘଟିଥିଲା ଏତେବଡ ଦୁର୍ଘଟଣା । ସେ କହିଛନ୍ତି, ଦ୍ୱୈତ ନଗରୀର ମୁନିସିପାଲିଟି ସହ ଆଲୋଚନା କରି ଗାଇଗୋରୁଙ୍କ ରାସ୍ତାରୋକ ସମ୍ବନ୍ଧୀୟ ଆଲୋଚନା ଦ୍ୱାରା ଏକ ସମାଧାନର ବାଟ ବାହାରକରାଯିବ.

ଅନ୍ୟପଟେ କଟକରେ ପ୍ରାୟତଃ ୪ ହଜାର ଗାଇଗୋରୁ ରାସ୍ତାରେ ବୁଲୁଥିବା ବେଳେ କଟକ ମୁନିସିପାଲିଟି ପାଖରେ ମାତ୍ର ଗୋଟିଏ ଗାଇଧରା ଗାଡ଼ି ଅଛି .ଆଉ ଏକ ଗୋଶାଳା ତିଆରି କରିବା କଥା କହିଛନ୍ତି କଟକ ମୁନିସିପାଲିଟିର ଡେପୁଟି କାର୍ୟ୍ୟ ନିର୍ବାହୀଯନ୍ତ୍ରୀ ଡି.ଆର ତ୍ରିପାଠୀ. ସେପଟେ ଇଅର ଟ୍ୟାଗିଂ ଦ୍ୱାରା ଏହି ଗାଇଗୋରୁଙ୍କ ସଂଖ୍ୟା କମି ୩୦୦୦ରେ ପହଁଚିଛି ବୋଲି କହିଛନ୍ତି ଭୁବନେଶ୍ୱର ମେୟର ଅନନ୍ତ ନାରାୟଣ ଜେନା .

LEAVE A REPLY

Please enter your comment!
Please enter your name here