କେତେ ଦିଅଁ ଦେବତାଙ୍କୁ ପୂଜା କରି କୋଳରେ ଜନ୍ମ ନେଇଥିଲା ପୁତ୍ର ସନ୍ତାନ I କେତେ ଖୁସି ହୋଇ ଯ଼ାଇଥିଲେ ବାପା ମାଆ I ମାତ୍ର ଦଇବ ଦାଉ ସାଧିଲା I ପୁଅର ଦୁଇଟି ଗୋଡ ବଦଳରେ ତିନୋଟି ଗୋଡ ଦେଖି ଚକିତ ହୋଇଗଲେ ବାପାମାଆ I ଆଉ ତିନୋଟି ଗୋଡକୁ ନେଇ ଏଗାର ବର୍ଷ ହେଲାଣି କଷ୍ଟ ପାଉଛି ସୁଦାମ I ବାଲେଶ୍ବର ଔପଦା ବଡପୋଖରୀ ଗାଁର ମଧୁସୂଦନ ଦାସ ଏବଂ ସ୍ତ୍ରୀ ଶୁକୁରୀଙ୍କ ପୁଅ ସୁଦାମ ପୁଅର କଷ୍ଟ ଦେଖି ଦୁଃଖରେ ଭାଙ୍ଗି ପଡିଛନ୍ତି ବାପା ମା I ପରିବାର ଓ ସାହି ପଡିଶାରେ ତିନିଗୋଡିଆ ପୁଅକୁ ନେଇ ସମସ୍ତେ ନାକ ଟେକୁଛନ୍ତି I ପୁଅର ଚିକିତ୍ସାକୁ ନେଇ ଚିନ୍ତାରେ ବାପା ମାଆ ଦିନ ମଜୁରିଆ ବାପା କୋଉଠୁ ଅର୍ଥ ଆଣି ଅସ୍ତ୍ରପୋଚାର କରିବେ I ତେବେ କିଛି ସ୍ବେଚ୍ଛାସେବୀଙ୍କ ମାଧ୍ୟମରେ ଏହି ଘଟଣା ପ୍ରଶାସନ କାନରେ ପଡିବା ପରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ସୁଦାମକୁ ଭର୍ତ୍ତି କରାଗଲା ଅପରେସନ ପାଇଁ ଡାକ୍ତରଙ୍କମାନଙ୍କୁ ନେଇ ଟିମ୍ ଗଠନ କରାଗଲା I କିନ୍ତୁ ବାଲେଶ୍ବର ଡାକ୍ତରଖାନାରେ ଏହି ଅପରେସନ ସମ୍ଭବ ନୁହେଁ ବୋଲି ଡାକ୍ତରୀ ଦଳ କହିବା ପରେ ପୁଣି ଚିନ୍ତା ଘାରିଛି ବାପାମାଆଙ୍କୁ I ତେବେ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀ ଡାକ୍ତରଖାନା ଯ଼ାଇ ପିଲାକୁ ଦେଖିବା ପରେ ଅପରେସନ ପାଇଁ ଦିଲ୍ଲୀରେ ଡାକ୍ତରଙ୍କ ସହ ପରାମର୍ଶ କରାଯ଼ିବ ବୋଲି ଆଶ୍ବାସନା ଦେଇଛନ୍ତି I ଏଗାର ବର୍ଷ ଧରି ତିନିଗୋଡକୁ ନେଇ ଯ଼ନ୍ତ୍ରଣା ଭୋଗୁଥିବା ସୁଦାମ ଅପେକ୍ଷା କରିଛି, କେବେ ଇଶ୍ବର ତାକୁ ସୁଖ ଦେବେ I

LEAVE A REPLY

Please enter your comment!
Please enter your name here