ଜମ୍ମୁ କଶ୍ମୀରରେ ଆତଙ୍କବାଦୀଙ୍କ ଆକ୍ରମଣରେ ସହିଦ ହୋଇଥିବା ଓଡ଼ିଆ ଯବାନ ଅଜିତ କୁମାର ସାହୁଙ୍କ ପାର୍ଥିବ ଶରୀର ଆଜି ତାଙ୍କ ଜନ୍ମମାଟି ଢେଙ୍କାନାଳରେ ପହଁଚିଛି । ଏହା ପୂର୍ବରୁ ତାଙ୍କ ମରଶରୀର ଭୁବନେଶ୍ୱର ବିମାନବନ୍ଦରରେ ପହଁଚିଥିଲା । ସେଠାରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ସହିଦ ଯବାନଙ୍କୁ  ଶ୍ରଦ୍ଧାଞ୍ଜଳୀ ଦେଇଥିଲେ । ଭୁବନେଶ୍ୱରରେ ଗାର୍ଡ ଅଫ ଅନର ଦିଆଯିବା ପରେ ଅଜିତଙ୍କ ପାର୍ଥୀବ ଶରୀର ଢେଙ୍କାନାଳ ଜିଲ୍ଲାର କାମାକ୍ଷାନଗର ବ୍ଲକ ଅନ୍ତର୍ଗତ ବଡ଼ସୁଆଁଳ ଗାଁକୁ ନିଆଯାଇଛି । । ପାର୍ଥୀବ ଶରୀର ପହଁଚିବା ପରେ ଢେଙ୍କାନାଳରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଛି । ବିଭିନ୍ନ ସ୍ଥାନରୁ ଅନେକ ମାନ୍ୟଗଣ୍ୟ ବ୍ୟକ୍ତି ଆସି ଅଜିତଙ୍କୁ ଶେଷ ଦର୍ଶନ କରିଛନ୍ତି । ଅଜିତଙ୍କ ମୃତଦେହ ତ୍ରିରଙ୍ଗାରେ ଆସିଥିବାକୁ ଏହା ଗର୍ବ ଏବଂ ଭାଗ୍ୟର କଥା ବୋଲି ତାଙ୍କ ଭାଇ କୋହଭରା କଣ୍ଠରେ କହିଛନ୍ତି ।

LEAVE A REPLY

Please enter your comment!
Please enter your name here