ଆଠଦିନ ବିଳମ୍ବରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ କେରଳ ଛୁଇଁଛି । ଭାରତୀୟ ପାଣିପାଗ ବିଭାଗ ମୌସୁମୀ ବାୟୁ କେରଳ ସ୍ପର୍ଶ କରିଥିବା ସୂଚନା ଦେଇଛି । ମୌସୁମୀ ବାହୁ ଆସିବାରେ ବିଳମ୍ବ ଯୋଗୁ ଚଳିତବର୍ଷ ଓଡିଶାରେ ମଧ୍ୟ ମୌସୁମୀ ବାୟୁ ପ୍ରବେଶ ବିଳମ୍ବ ହେବ ବୋଲି କୁହାଯାଉଛି । ସାଧାରଣତଃ ଜୁନ ପହିଲାରେ ମୌସୁମୀ କେରଳ ଛୁଇଁଥାଏ ଏବଂ ଏହାର ଦଶଦିନ ପରେ ଓଡିଶାକୁ ଆସିଥାଏ । ମାତ୍ର ଏଥର ମୌସୁମୀ ବାୟୁ ଓଡିଶା ଆସିଲା ବେଳକୁ ତୃତୀୟ ସପ୍ତାହ ହୋଇଯିବ ବୋଲି ପୂର୍ବାନୁମାନ କରାଯାଇଛି ।