ଗୋଆ ଠାରୁ 860 କିଲୋମିଟର ଦୂର ଆରବ ସାଗରରେ କେନ୍ଦ୍ରୀଭୂତ ହୋଇଛି ବାତ୍ୟା ‘ବିପର୍ଯ୍ୟୟ’ । ଆସନ୍ତା 48 ଘଣ୍ଟା ଭିତରେ ଏହା ସିଭିୟର ସାଇକ୍ଲନିକ ଷ୍ଟର୍ମରେ ପରିଣତ ହେବ । ବାତ୍ୟା ପାକିସ୍ତାନ ଆଡକୁ ଗତି କରୁଛି । ତେବେ ଏହା ଗୋଆ, ମହାରାଷ୍ଟ୍ର ଓ କର୍ଣ୍ଣାଟକ ଉପକୂଳକୁ ପ୍ରଭାବିତ କରିବାର ସମ୍ଭାବନା ରହିଛି । ବାତ୍ୟା ଯୋଗୁ ପବନର ବେଗ ଘଣ୍ଟା 135 ରୁ 145 କିଲୋମିଟର ରହିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ଆସନ୍ତା 12 ତାରିଖ ବେଳକୁ ବାତ୍ୟା ଭେରୀ ସିଭିୟର ସାଇକ୍ଲମିକ ଷ୍ଟର୍ମରେ ପରିଣତ ହେବ ବୋଲି ଆଇଏମଡି ପୂର୍ବାନୁମାନ କରିଛି ।
ବାତ୍ୟା ବିପର୍ଯ୍ୟୟ ଚଳିତ ବର୍ଷର ମୌସୁମୀକୁ ପ୍ରଭାବିତ କରିଛି । ସାଧାରଣତଃ ମୌସୁମୀ ଜୁନ 1 ତାରିଖରେ କେରଳ ଛୁିଁବା କଥା । ମାତ୍ର ଚଳିତବର୍ଷ ଜୁନ 4 ତାରିଖରେ ଛୁଇଁବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଥିଲେ ହେଁ ବାତ୍ୟା ପାଇଁ ଏହା ଆହୁରି ବିଳମ୍ବ ହେବାର ସମ୍ଭାବନା ରହିଛି ।

LEAVE A REPLY

Please enter your comment!
Please enter your name here