ବିଏମସି କର୍ମଚାରୀଙ୍କ ଛୁଟି ବାତିଲ। ୧୪ ଓ ୧୫ରେ  ପ୍ରବଳ ବର୍ଷା ହେବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିବାପରେ ଭୁବନେଶ୍ୱର ମହାନଗର ନିଗମରେ ତତ୍ପରତା ପ୍ରକାଶ ପାଇଛି । ଅଗଷ୍ଟ ୧୫ ଛୁଟିଦିନ ଥିଲେ ମଧ୍ୟ ବିଏମସି କର୍ତ୍ତୁପକ୍ଷ କର୍ମଚାରୀଙ୍କ ଛୁଟି ବାତିଲ କରିଛନ୍ତି। ଗତ କିଛିଦିନ ଧରି ଅଳ୍ପ ବର୍ଷାରେ ସହରର ଅନେକ ଅଞ୍ଚଳରେ କୁତ୍ରିମ ବନ୍ୟା ସୃଷ୍ଟି ହେଉଥିବାରୁ ମହାନଗର ନିଗମ ସାଧାରଣରେ ସମାଲୋଚନାର ଶରବ୍ୟ ହୋଇଛି । ତେଣୁ ବର୍ଷା ମୁକାବିଲା ପାଇଁ ବିଏମସି ପକ୍ଷରୁ ପ୍ରସ୍ତୁତି ଆରମ୍ଭ କରାଯାଇଛି। ୧୪ ଓ୧୫ରେ କର୍ମଚାରୀମାନେ ନିଜ ନିଜ କ୍ଷେତ୍ରରେ ଉପସ୍ଥିତ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି । କମିଶନରଙ୍କ ବିନା ଅନୁମତିରେ କେହି ଛୁଟି ନେଇପାରିବେ ନାହିଁ ଏବଂ ଖିଲାପ କଲେ କାର୍ଯ୍ୟାନୁଷ୍ଠାନ ହେବ ବୋଲି କର୍ତ୍ତୁପକ୍ଷ ସତର୍କ ସୁଚନା ଜାରି କରିଛନ୍ତି.

LEAVE A REPLY

Please enter your comment!
Please enter your name here