ଏବେବି ତେଲେଙ୍ଗାନାରେ ସବୁଠାରୁ ଅଧିକ ଲୋକପ୍ରିୟ ନେତା କେସିଆର । ଏହି ନିର୍ବାଚନ ଫଳାଫଳରୁ ଏହା ଏକ ପ୍ରକାର ସ୍ପଷ୍ଟ ହୋଇଛି। ତେଲେଙ୍ଗାନର ମୁଖ୍ୟମନ୍ତ୍ରୀ କେ.ଚନ୍ଦ୍ର ଶେଖର ରାଓ ଗାଜୱେଲ ବିଧାନସଭା ଆସନରୁ ୫୦ ହଜାର ଭୋଟ ବ୍ୟବଧାନରେ ନିଜର ନିକଟତମ ପ୍ରତିଦ୍ୱନ୍ଦ୍ୱୀ କଂଗ୍ରେସର ଭି.ପ୍ରତାପ ରେଡ୍ଡୀଙ୍କୁ ହରାଇଛନ୍ତି ।

ଆଗୁଆ ନିର୍ବାଚନ ପାଇଁ ୧୦ ମାସ ପୂର୍ବରୁ ବିଧାନସଭା ଭଙ୍ଗ କରି ବହୁ ଆଲୋଚନାର ଶିକାର ହୋଇଥିଲେ କେସିଆର। ପ୍ରଚାର ସମୟରେ ମଧ୍ୟ ବିଭିନ୍ନ ରାଜନୈତିକ ଦଳର ପ୍ରତିନିଧି ମାନେ କେସିଆରଙ୍କ ଉପରେ ବର୍ଷିଥିଲେ। କେସିଆର ତାଙ୍କ ପ୍ରତିଶ୍ରୁତି ପାଳନ କରିବାରେ ବିଫଳ ହୋଇଛନ୍ତି ବୋଲି ବିରୋଧି ମାନେ ଟାର୍ଗେଟ କରିଥିଲେ । କିନ୍ତୁ ଏହି ସବୁ କେସିଆରଙ୍କ ଲୋକପ୍ରିୟତାରେ କୌଣସି ପ୍ରଭାବ ପକାଇ ନାହିଁ । ନିର୍ବାଚନରେ ବିପୁଳ ଭୋଟ ପାଇ ବିଜୟ ହାସଲ କରିବା ସହ ତେଲଙ୍ଗାନାରେ ୨ ଥର ପାଇଁ ସରକାର ଗଢିବାକୁ ଯାଉଛନ୍ତି କେସିଆର୍ ।

ସୁଚନାଅନୁସାରେ ୧୧୯ ଆସନରେ ଟିଆରଏସ ୮୭ଟି ଆସନ ପାଇ ସରକାର ଗଠନ କରୁଥିବା ବେଳେ କଂଗ୍ରେସ ଖାତାରେ ୨୨ଟି ଆସନ ଯାଉଛି । ସେପଟେ ରଜ୍ୟରେ ଶକ୍ତିଶାଳୀ ନଥିବା ବିଜେପି ହାତରେ ୩ଟି ଆସନ ରହିଛି । ମୁଖ୍ୟ ବିରୋଧି ଦଳ ଭାବେ ଉଭାହେଇଥିବା କଂଗ୍ରେସ ହାତରେ କେବଳ ୨୨ଟି ଆସନ ରହିଛି ।

LEAVE A REPLY

Please enter your comment!
Please enter your name here