ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଅବପାତ ରୂପ ନେଇଛି ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ପ୍ରକାଶ । ଏହାର ପ୍ରଭାବରେ ଆଗାମୀ ୪୮ ଘଣ୍ଟା ମଧ୍ୟରେ ଏହି ଅବପାତ ବାତ୍ୟାର ରୂପ ନେଇପାରେ । ସମ୍ଭାବ୍ୟ ବାତ୍ୟାର ନାଁ ‘ତିତଲି’ ବୋଲି ସୂଚନା ଦେଇଛନ୍ତି ଆଇଏମଡି ଏଡିଜି ମୃତୁ୍ୟଞ୍ଜୟ ମହାପାତ୍ର । ବାତ୍ୟାର ଘନତ୍ୱ କେତେ ରହିବ ଏଯାଏ କିଛି ସ୍ପଷ୍ଟ ହୋଇନି । ଗାପାଳପୁରଠାରୁ ୭୨୦କିମି ଦୂରରେ ଉତ୍ତର-ପଶ୍ଚିମ ମୁହାଁ ହୋଇଛି ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ପ୍ରକାଶ । ଏହାର ପ୍ରଭାବରେ ଓଡିଶା , ଆନ୍ଧ୍ର ପ୍ରଦେଶରେ ପ୍ରବଳ ବର୍ଷା ସମ୍ଭାବନା । ମଙ୍ଗଳବାର ଠାରୁ ଓଡିଶା ଉପକୂଳରେ ଆରମ୍ଭ ହୋଇଯିବ ବର୍ଷା । ଦକ୍ଷିଣ ଓଡିଶାର ବିଭିନ୍ନ ଜାଗାରେ କାଲିଠାରୁ ବର୍ଷା ହେବ । ୧୦ ଓ ୧୧ରେ ସାରା ରାଜ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ । ୯ତାରିଖ ଅପରାହ୍ନରୁ ଓଡିଶା ଉପକୂଳରେ ପବନ ବେଗ ବଢିବ । ୧୦ରୁ ପବନ ବେଗ ୭୦ରୁ ୯୦ କିମି ପର୍ଯ୍ୟନ୍ତ ହୋଇପାରେ । ୯ରୁ ୧୧ ତାରିଖ ପର୍ଯ୍ୟନ୍ତ ସମୁଦ୍ର ଅତ୍ୟନ୍ତ ଅଶାନ୍ତ ରହିପାରେ । ୮ରୁ ୧୧ ତାରିଖ ପର୍ଯ୍ୟନ୍ତ ମସô୍ୟଜୀବୀମାନଙ୍କୁ ସମୁଦ୍ର ଯିବା ମନା । ଯେଉଁମାନେ ସମୁଦ୍ରରେ ଅଛନ୍ତି , ତୁରନ୍ତ ଫେରିଆସିବାକୁ ପରାମର୍ଶ ଦିଆଯାଇଛି । ନୂଆଦିଲ୍ଲୀ ଭାରତୀୟ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୁଚନା ।

ଅନ୍ୟପଟେ ଆରବ ସାଗରରେ କେନ୍ଦ୍ରିଭୁତ ଲଘୁଚାପ କ୍ରମଶଃ ଅବପାତର ନେଉଥିବାରୁ ଏହାର ପ୍ରଭାବରେ କେରଳରେ ଭୟଙ୍କର ଝଡବାତ୍ୟା ହେବାର ସମ୍ଭାବନା ସୃଷ୍ଟି ହୋଇଛି. କେରଳରେ ହାଇଆଲର୍ଟ ଜାରି କରାଯାଇଥିବା ବେଳେ ମୁକାବିଲା ପାଇଁ ପ୍ରଶାସନ ସଜାଗ ହୋଇ ରହିଛି. ଏନଡିଆରଏଫ ଟିମ୍ ମଧ୍ୟ ପ୍ରସ୍ତୁତ ହୋଇ ରହିଛନ୍ତି. ଅବପାତର ପ୍ରଭାବ ୧୩ଟି ରାଜ୍ୟ ଓ କେନ୍ଦ୍ର ଶାସିତ ରାଜ୍ୟ ଉପରେ ପଡିବାର ସମ୍ଭାବନା ରହିଛି । କେନ୍ଦ୍ର ଗୃହମନ୍ତ୍ରଣାଳୟ ପକ୍ଷରୁ ଓଡିଶା ସମେତ ତାମିଲନାଡୁ, କେରଳ , କର୍ଣ୍ଣାଟକ, ଗୋଆ, ମହାରାଷ୍ଟ୍ର, ଗୁଜରାଟ, ଆନ୍ଧ୍ରପ୍ରଦେଶ, ପଶ୍ଚିମବଙ୍ଗ,ଆଣ୍ଡାମାନ ଓ ନିକୋବର ଦୀପପୁଞ୍ଜ, ଲାକ୍ଷାଦ୍ୱୀପ , ଡାମନ ଓ ଡିଉ ଏବଂ ଦାଦ୍ରା ନଗର ହାବେଳିର ସରକାରଙ୍କୁ ସତର୍କ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଆରବ ସାଗରରେ ସୃଷ୍ଟି ହୋଇଥିବା ଗଭୀର ଅବପାତ ଏବେ ଘଣ୍ଟା ପ୍ରତି ୧୪ କିମି ବେଗରେ ପଶ୍ଚିମ ଆଡକୁ ଗତି କରୁଛି । ଏହାର ପ୍ରଭାବରେ ୧୦ ତାରିଖ ଠାରୁ ଓଡିଶାରେ ବର୍ଷା ପରିମାଣ ବଢିବାର ସମ୍ଭାବନା ରହିଛି । ଲଘୁଚାପ ଯୋଗୁଁ ଓଡିଶା ଉପକୂଳ ସମୁଦ୍ର ଅଶାନ୍ତ ରହିବ । ତାହାକୁ ଦୃଷ୍ଟିରେ ରଖି ମତ୍ସ୍ୟଜୀବୀଙ୍କ ପାଇଁ ସତର୍କ ସୁଚନା ଜାରି କରାଯାଇଛି ।

LEAVE A REPLY

Please enter your comment!
Please enter your name here