ଛତିଶଗଡ଼ ବିଧାନସଭା ନିର୍ବାଚନରେ ବିଜେପିର ପରାଜୟ ପରେ ଇସ୍ତଫା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ରମଣ ସିଂ । ରାଜ୍ୟପାଳଙ୍କୁ ସେ ନିଜର ଦାବିପତ୍ର ପଠାଇଥିବା ସୂଚନା ମିଳିଛି । ଛତିଶଗଡରେ ଦୀର୍ଘ ୧୫ ବର୍ଷ ପରେ ବିଜେପି ସରକାରକୁ ମାତ ଦେଇ ଶାସନ କ୍ଷମତାକୁ ଫେରିଛି କଂଗ୍ରେସ । ୯୦ ଟି ବିଧାନସଭା ସିଟ୍‌ ମଧ୍ୟରୁ କଂଗ୍ରେସ ୬୭ ଟି ଅ।ସନ ହାତେଇ ସରକାର ଗଢିବାକୁ ସମର୍ଥ ହୋଇଛି । ସେପଟେ ବିଜେପି ପାଇଛି ମାତ୍ର ୧୫ଟି ଅ।ସନ । ଏହି ଅବସରରେ ସେ ସାମ୍ବାଦିକ ମାନଙ୍କୁ କହିଛନ୍ତି ଯେ ସେ ଜନାଦେଶକୁ ସମ୍ମାନ କରୁଛନ୍ତି । ରାଜ୍ୟରେ ଦଳ ଯେତେବେଳେ ଜିତୁଥିଲା ସେତେବେଳେ ସେ କ୍ରେଡିଟ ନେଉଥିଲେ, ଏବେ ହାରିବା ପରେ ସେ ନିଜେ ତାହାର ଦାୟିତ୍ୱ ନିଜ ମୁଣ୍ଡକୁ ନେଉଛନ୍ତି । ଏହି ଅବସରରେ ବିଜୟ ପାଇଁ କଂଗ୍ରେସକୁ ଅଭିନନ୍ଦନ ଜଣାଇଛନ୍ତି ରମଣ ସିଂ । ଛତିଶଗଡ଼ ନିର୍ବାଚନରେ ମୋଟ ୯୦ଟି ଆସନରୁ କଂଗ୍ରେସ ୬୩ଟି ଜିତିଥିବାବେଳେ ବିଜେପି ମାତ୍ର ୧୮ଟି ଆସନରେ ବିଜୟୀ ହୋଇଛି । ସେ ଲଗାତାର ୩ ଥର ପାଇଁ ଛତିଶଗଡର ମୁଖ୍ୟମନ୍ତ୍ରୀ ଥିଲେ ।

LEAVE A REPLY

Please enter your comment!
Please enter your name here