କୋଭିଡ ପରିଚାଳନା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ସାତ କୋଟି 62 ଲକ୍ଷ ଟଙ୍କା ମଂଜୁର କରିଛନ୍ତି । ପୁରୀ ଜିଲ୍ଲାକୁ ଦୁଇ କୋଟି, ସୁବର୍ଣ୍ଣପୁର ଜିଲଲ୍ାକୁ 1 କୋଟି ଏବଂ ସମ୍ବଲପୁର ଜିଲ୍ଲାକୁ 4.62 କୋଟି ଟଙ୍କା ମଂଜୁର କରାଯାଇଛି । ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ଏହି ଟଙ୍କା ମଂଜୁର କରାଯାଇଛି । ପୂର୍ବରୁ ପୁରୀ ଜିଲ୍ଲାକୁ କୋଭିଡ ପରିଚାଳନା ପାଇଁ 14 କୋଟି 59 ଲକ୍ଷ ଟଙ୍କା ମିଳିଥିବା ବେଳେ ଏବେ ଆଉ ଦୁଇକୋଟି ଟଙ୍କା ମଂଜୁର ହୋଇଛି । ସେହିପରି ସୁବର୍ଣ୍ଣପୁର ଜିଲ୍ଲାକୁ ପୂର୍ବରୁ ଅଢେଇ କୋଟି ଟଙ୍କା ମିଳିଥିବା ବେଳେ ଏବେ ଆଉ ଏକ କୋଟି ଟଙ୍କା ମଂଜୁର କରାଯାଇଛି । ପୂର୍ବରୁ 11 କୋଟି 50 ଲକ୍ଷ ଟଙ୍କା ପାଇଥିବା ସମ୍ବଲପୁର ଜିଲ୍ଲାକୁ 4 କୋଟି 62 ଲକ୍ଷ ଟଙ୍କା ପ୍ରଦାନ କରାଯାଇଛି ।

LEAVE A REPLY

Please enter your comment!
Please enter your name here