ବିବାଦୀୟ ନେତା ଭିକେ ପାଣ୍ଡିୟାନ ସକ୍ରୀୟ ରାଜନୀତିରୁ ଓହରିଯାଇଛନ୍ତି । ଏଥିସହିତ ବିଜୁ ଜନତା ଦଳର କର୍ମୀ ଓ ନେତାଙ୍କ ନିକଟରେ କ୍ଷମା ମାଗିଛନ୍ତି । ଏଥର ନିର୍ବାଚନରେ ବିଜେଡିର ପରାଜୟ ପଛରେ ସମସ୍ତେ ପାଣ୍ଡିୟାନଙ୍କୁ ଦାୟୀ କରିବା ପରେ ଆଜି ପାଣ୍ଡିୟାନ କ୍ୟାମେରା ସାମନାରେ ମୁହଁ ଖୋଲିଛନ୍ତି । ସେ କହିଛନ୍ତି, ତାଙ୍କ ମେଣ୍ଟର ହେଉଛନ୍ତି ନବୀନ ପଟ୍ଟନାୟକ ଏବଂ ନବୀନ ପଟ୍ଟନାୟକଙ୍କୁ ସାହାଯ୍ୟ କରିବା ପାଇଁ ସେ ରାଜନୀତିରେ ଯୋଗ ଦେଇଥିଲେ । ଅନ୍ୟ କୌଣସି ଅଭିସନ୍ଧି ନ ଥିଲା । କିନ୍ତୁ ନିର୍ବାଚନରେ ବିଜେଡିର ପରାଜୟ ପାଇଁ ତାଙ୍କୁ ଦାୟୀ କରାଯାଇଛି ଏବଂ ସେଥିପାଇଁ ସେ ଦୁଃଖିତ । ସକ୍ରୀୟ ରାଜନୀତିରୁ ଓହରିଯିବା ସହ ବିଜୁ ପରିବାର ନିକଟରେ କ୍ଷମା ମାଗିଛନ୍ତି । ନିର୍ବାଚନ ପ୍ରଚାର ସମୟରେ ପାଣ୍ଡିୟାନ ଏକ ସାଧାରଣସଭାରେ ଘୋଷଣା କରିଥିଲେ, ଯଦି ଷଷ୍ଠଥର ପାଇଁ ନବୀନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ନ ହୁଅନ୍ତି, ତେବେ ସେ ରାଜନୀତିରୁ ସନ୍ୟାସ ନେବେ । ଗତ 4 ତାରିଖରେ ନିର୍ବାଚନ ଫଳ ବାହାରିବା ପରଠାରୁ ପାଣ୍ଡିୟାନଙ୍କୁ କଟୁ ସମାଲୋଚନାର ଶରବ୍ୟ ହେବାକୁ ପଡିଛି । ତେବେ ଫଳ ବାହାରିବା ପରଠାରୁ ଚୁପ୍ ରହିଥିବା ପାଣ୍ଡିୟାନ ଆଜି ରାଜନୀତିରୁ ଓହରିଯାଉଥିବା ଘୋଷଣା କରିଛନ୍ତି ।

LEAVE A REPLY

Please enter your comment!
Please enter your name here