ରାଜ୍ୟ କ୍ୟାବିନେଟରେ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି. ମୁଖ୍ୟମନ୍ତ୍ରୀ ନବୀନ ପଟନାୟକଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ଏସିଆନ ସ୍କୁଲ ଅଫ ବିଜିନେସ ମ୍ୟାନେଜମେଣ୍ଟକୁ ବିଶ୍ବବିଦ୍ୟାଳୟ କରିବାକୁ ସ୍ଥିର କରାଯାଇଛି. ସେହିପରି ସଚ୍ଚିବାଳୟର ଡାଟା ଏଣ୍ଟ୍ରି ଅପରେଟରଙ୍କ କ୍ୟାଡର ରୁଲରେ ସଂଶୋଧନ କରିବାକୁ ବୈଠକରେ ନିଷ୍ପତ୍ତି ହୋଇଛି ସେମାନଙ୍କ ପଦୋନ୍ନତି ପାଇଁ ଆଉ ଦୁଇଟି ସ୍ତର ସୃଷ୍ଟି କରାଯିବ. ଗ୍ରାମାଞ୍ଚଳରେ ପାନୀୟ ଜଳ ଯୋଗାଣ ପାଇଁ 5ଟି ଟେଣ୍ଡରକୁ କ୍ୟାବିନେଟ ଅନୁମତି ଦେଇଛି. ଭଦ୍ରକ ଜିଲ୍ଲାର ଲୁଣିପାଣି ଅଞ୍ଚଳକୁ ପିଇବା ପାଣି ଯୋଗାଇ ଦେବାକୁ ବୈଠକରେ ନିଷ୍ପତ୍ତି ହୋଇଛି.













