ଅଶ୍ୱିନୀ ବୈଷ୍ଣବଙ୍କୁ ରାଜ୍ୟସଭା ପ୍ରାର୍ଥୀ କରାଯିବା ପ୍ରସଙ୍ଗରେ ବିଜେଡି, ବିଜେପିକୁ କଂଗ୍ରେସ ବିଧାୟକ ନରସିଂହ ମିଶ୍ର ଟାର୍ଗେଟ କରିଥିଲେ । ଅଶ୍ୱିନୀ ଖଣି ମାଲିକ ନା ନୁହନ୍ତି, ବିଜେଡି ଓ ବିଜେପି ଖଣି ବ୍ୟବସାୟ ସହ ଅଶ୍ୱିନୀ ସମ୍ପୃକ୍ତ ନା ନାହିଁ ଉତ୍ତର ରଖନ୍ତୁ ବୋଲି କହିଥିଲେ ନରସିଂହ ।ତେବେ କଂଗ୍ରେସ ନେତା ନରସିଂହ ମିଶ୍ରଙ୍କୁ ଜୋରଦାର ଟାର୍ଗେଟ କରିଛନ୍ତି ବିଜେପି ନେତା ଦାମୋଦର ରାଉତ । ଅଶ୍ୱିନୀ ଏକ ଖଣି କମ୍ପାନୀର ଡାଇରେକ୍ଚର, ନରସିଂହ କ’ଣ ଜାଣିନାହାନ୍ତି ବୋଲି ପ୍ରଶ୍ନ କରିଛନ୍ତି ଦାମ । ଏହାସହ ଖଣି ବେପାର କରୁଥିବା ଲୋକ କ’ଣ ରାଜନୀତି କରିପାରିବନି ? ଏହା ପ୍ରସଙ୍ଗ ନୁହେଁ । ଗଣତନ୍ତ୍ରରେ ଲୋକ ପ୍ରତିନିଧିଙ୍କ ଭୂମିକା ଗୌଣ ହେଉଛି । ଗଣତନ୍ତ୍ରରେ ଅବସରପ୍ରାପ୍ତ ବ୍ୟୁରୋକ୍ରାଟଙ୍କ ଭୂମିକା ବଢୁଛି ବୋଲି ମଧ୍ୟ କହିଛନ୍ତି ଦାମ ରାଉତ ।

ଦାମ ରାଉତ ଆହୁରି ମଧ୍ୟ କହିଛନ୍ତି, ‘ଦଳର ନୀତି ନିର୍ଦ୍ଧାରଣରେ ମୁଁ ନାହିଁ । ହେଲେ ଏହା ଦ୍ୱାରା କେନ୍ଦ୍ର-ରାଜ୍ୟ ସଂପର୍କରେ ଶାଳୀନତା ଆସିଛି। ଉଭୟଙ୍କ ଭିତରେ ସହଯୋଗ ରହିଲେ ବିକାଶ ତ୍ୱରାନ୍ୱିତ ହେବ।’

LEAVE A REPLY

Please enter your comment!
Please enter your name here