ଏସିଆ କପ୍ ପାଇଁ ଟିମ୍ ଘୋଷଣା କରିଛି ବିସିସିଆଇ । 17 ଜଣିଆ ଟିମର ଅଧିନାୟକ ଭାବେ ରୋହିତ ଶର୍ମା ଏବଂ ହାର୍ଦ୍ଦିକ ପାଣ୍ଡ୍ୟା ଉପ-ଅଧିନାୟକ ଭାବେ ଦଳର ନେତୃତ୍ବ ନେବେ । ଦୁଇ ଖେଳାଳି କେ. ଏଲ ରାହୁଲ ଓ ଶ୍ରେୟାସ ଆୟର ଟିମକୁ ଫେରିଥିବା ବେଳେ ନୂଆ ଚେହେରା ଭାବେ ତିଳକ ବର୍ମାଙ୍କୁ ଟିମରେ ସାମିଲ କରାଯାଇଛି । ଅନ୍ୟମାନଙ୍କ ମଧ୍ୟରେ ଟିମରେ ଅଛନ୍ତି, ବିରାଟ କୋହଲି, ଶୁବମନ୍ ଗିଲ୍, ସୂର୍ଯ୍ୟକୁମାର ଯାଦବ, ଇଶାନ କିଶାନ, ରବିନ୍ଦ୍ର ଜାଡେଜା, ଅକ୍ସର ପଟେଲ, ଶାର୍ଦ୍ଦୁଳ ଠାକୁର, ଜସପ୍ରିତ ବୁମରା, ମହମ୍ମଦ ସିରାଜ, ପ୍ରସିଦ୍ଧ କ୍ରିଷ୍ଣା ଓ କୁଲଦିପ ଯାଦବ ।
ଅଗଷ୍ଟ 30 ରୁ ସେପ୍ଟେମ୍ବର 17 ଯାଏଁ ମ୍ୟାଚ ଅନୁଷ୍ଠିତ ହେବ । ସେପ୍ଟେମ୍ବର 2ରେ ପ୍ରଥମ ମ୍ୟାଚ ପାକିସ୍ତାନ ବିପକ୍ଷରେ ଖେଳିବ ଭାରତ ।

LEAVE A REPLY

Please enter your comment!
Please enter your name here