ଅଭିଯୋଗକାରୀ ନିଜେ ଅଭିଯୁକ୍ତ । ରାୟଗଡା ଜିଲ୍ଲାରେ ଦେଖିବାକୁ ମିଳିଛି ଏଭଳି ଘଟଣା । ଜୁନ୍ ୧୯ ତାରିଖରେ ଏକ ଘରୋଇ କମ୍ପାନୀର ଫାଇନାନ୍ସ ମ୍ୟାନେଜର ନିରଞ୍ଜନ ସାହୁଙ୍କ ଘରୁ ଦୃବୁର୍ତ୍ତମାନେ ଟଙ୍କା ଲୁଟ୍ କରିଥିବା ନେଇ ରାୟଗଡା ଥାନାରେ ଅଭିଯୋଗ ହୋଇଥିଲା । ପ୍ରାୟ ୧ଲକ୍ଷ ୯୦ ହଜାର ଟଙ୍କା ଲୁଟ୍ ହୋଇଥିବା ଅଭିଯୋଗ କରିଥିଲେ ଖୋଦ୍ ନିରଞ୍ଜନ । ତେବେ ପୋଲିସ ଛାନଭିନ୍ କରିଥିବାବେଳେ ଅର୍ଥ ଅଭାବରୁ ନିଜ ପାଖରେ ଟଙ୍କା ରଖିଥିବା ନିରଞ୍ଜନ ପୋଲିସ ପାଖରେ ସ୍ୱିକାର କରିଛି ।

LEAVE A REPLY

Please enter your comment!
Please enter your name here