ଜୁନ୍ ୧୮ । ଖରାଛୁଟି ପରେ ସ୍କୁଲ ଖୋଲିବାର ଦିନକ ଆଗରୁ ପୁଣି ୭ଦିନ ଛୁଟି ଘୋଷଣା କଲେ ସରକାର । ପରେ ତାହା ବର୍ଦ୍ଧିତ କରାଯାଇ ୨୬ ତାରିଖରେ ଖୋଲିବାକୁ ନିଷ୍ପତ୍ତି ହେଲା । ଗ୍ରୀଷ୍ମପ୍ରବାହ କମିବାର ଦେଖି ସରକାର ୨୧ରେ ସ୍କୁଲ ଖୋଲିବାକୁ ଘୋଷଣା କଲେ । ମାତ୍ର ଦୁଇ ଦିନ ଭିତରେ ସରକାରଙ୍କ ଘନ ଘନ ନିଷ୍ପତ୍ତି ପରିବର୍ତ୍ତନ ପରେ ଅଡୁଆରେ ପଡିଗଲେ ଛାତ୍ରଛାତ୍ରୀ, ଅଭିଭାବକ ଓ ଶିକ୍ଷକ , ଶିକ୍ଷୟିତ୍ରୀ । ପୂର୍ବରୁ ୧୯ ତାରିଖରେ ସ୍କୁଲ ଖୋଲିବା ନେଇ ତାରିଖ ଧାର୍ଯ୍ୟ ହୋଇଥିବାରୁ ଏହାକୁ ନେଇ ମାନସିକ ଭାବେ ପ୍ରସ୍ତୁତ ହୋଇଥିଲେ ସମସ୍ତେ । ହେଲେ ୧୮ ତାରିଖ ସନ୍ଧ୍ୟାରେ ହଠାତ୍ ଛୁଟି ଅବଧି ବଢିବାରୁ ସ୍କୁଲ ଯିବାକୁ ପ୍ରସ୍ତୁତ ହେଉଥିବା ଛାତ୍ରଛାତ୍ରୀ ପ୍ରସ୍ତୁତିରେ ବ୍ରେକ୍ ଲଗାଇଥିଲେ । ଅନ୍ୟପଟେ ଛୁଟି ବଢିବାରୁ ଧିମେଇଗଲା ବାତ୍ୟା ପ୍ରଭାବିତ ଅଞ୍ଚଳରେ ସ୍କୁଲ ମରାମତି କାମ । ଏବେ ନଜର ପକାନ୍ତୁ ବାତ୍ୟା ବିଧ୍ୱସ୍ତ ଉପକୂଳ ଓଡିଶାରେ ବାତ୍ୟାର ଦେଢମାସ ପରେ କେମିତି ରହିଛି ବିଦ୍ୟାଳୟର ସ୍ଥିତି । ଏ ଦୃଶ୍ୟ ଗୋପ ବ୍ଲକରେ ଥିବା ଅନେକ ସ୍କୁଲର । ଶ୍ରେଣୀଗୃହ ବାହାର ହେଉ କି ଭିତର ସବୁଠି ଅସଜଡା ଏବଂ ବିପର୍ଯ୍ୟସ୍ତ ଭିତ୍ତିଭୂମି । ଦେଢମାସ ତଳେ ପବନରେ ଉଡିଥିବା ଛାତ ଏଯାଏଁ ମରାମତି ହୋଇନି । ପିଲାଏ କେମିତି ପଢିବେ ତାହା ଏବେ ବଡ ପ୍ରଶ୍ନ । ଆଜି ବିଦ୍ୟାଳୟ ଖୋଲିଥିବାରୁ ଛାତ୍ରଛାତ୍ରୀମାନଙ୍କ ପାଠ ପଢାରେ ଅନିଶ୍ଚିତତା ଦେଖାଦେଇଛି । ଏସମ୍ପର୍କରେ ଗୋପ ମଣ୍ଡଳ ଶିକ୍ଷାଧିକାରୀ କହୁଛନ୍ତି, ୯୦ ପ୍ରତିଶତ କାମ ସରିଯାଇଛି । ଆଉ ଯାହା ବାକି ଅଛି ତାହା ଖୁବ୍ଶୀଘ୍ର ମରାମତି କରାଯିବ ।
ମାତ୍ର ସେପର୍ଯ୍ୟନ୍ତ ପିଲାଏ ପାଠ କେମିତି ପଢିବେ, ସେ ପ୍ରଶ୍ନର ଉତ୍ତର କାହା ପାଖରେ ନାହିଁ ।
ନିମାପଡାରୁ ସୁନୀଲ ମିଶ୍ରଙ୍କ ରିପୋର୍ଟ, ତକ୍ଷକ ନ୍ୟୁଜ୍

LEAVE A REPLY

Please enter your comment!
Please enter your name here