ନିର୍ବାଚନ ଯେତିକି ପାଖଉଛି, ନେତାଙ୍କ ଦଳ ବଦଳ କାର୍ଯ୍ୟ ସେତେ ତୀବ୍ର ହେବାରେ ଲାଗିଛି । ଆଜି ନୀଳଗିରି ବିଧାୟକ ସୁକାନ୍ତ ନାୟକ ଓ ସାଲେପୁରର ପୂର୍ବତନ ବିଧାୟକ ପ୍ରକାଶ ବେହେରା ବିଜେପି ଛାଡିଛନ୍ତି । ଉଭୟ ନେତା ବିଜେପି ରାଜ୍ୟ ସଭାପତିଙ୍କ ନିକଟକୁ ସେମାନଙ୍କ ଇସ୍ତଫାପତ୍ର ପଠାଇ ଦେଇଛନ୍ତି । ବିଧାୟକ ସୁକାନ୍ତ ନାୟକ 2019ରେ ବିଜେଡି ଛାଡି ବିଜେପିରେ ସାମିଲ ହୋଇଥିଲେ ଏବଂ ନୀଳଗିରି ଆସନରୁ ବିଜେପି ଟିକେଟରେ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ । ଏଥର ନିର୍ବାଚନ ପୂର୍ବରୁ ସେ ପୁଣି ଦଳ ଛାଡିଛନ୍ତି । ସେହିପରି ସାଲେପୁର ବିଧାନସଭା ଆସନରୁ 2014ରେ ପ୍ରକାଶ ପାଣିଗ୍ରାହୀ କଂଗ୍ରେସ ଦଳରୁ ବିଧାୟକ ଜିତିଥିଲେ । କିନ୍ତୁ 2019 ନିର୍ବାଚନ ପୂର୍ବରୁ ସେ କଂଗ୍ରେସ ଛାଡି ବିଜେପିରେ ସାମିଲ ହୋଇଥିଲେ । 2019 ନିର୍ବାଚନରେ ସେ ବିଜେପିରୁ ପ୍ରାର୍ଥୀ ହୋଇଥିଲେ ହେଁ ନିର୍ବାଚନ ହାରି ଯାଇଥିଲେ । ତେବେ ଦଳରୁ ଇସ୍ତଫା ଦେବା ପରେ ପ୍ରକାଶ ବେହେରା କହିଛନ୍ତି, ସେ ଦଳରେ ମିଶିବା ପରେ ସଂଗଠନକୁ ମଜଭୂତ କରିବାକୁ ଚେଷ୍ଟା କରିଥିଲେ । ମାତ୍ର ଦଳୀୟ ସଙ୍ଗଠନ ଏବଂ ଦଳର କିଛି ନେତାଙ୍କ ସହ ସେ ଖାପଖୁଆଇ ନ ପାରିବାରୁ ଇସ୍ତଫା ଦେଇଛନ୍ତି । କେଉଁ ଦଳରେ ସେ ମିଶିବେ, ଚୂଡାନ୍ତ କରିନାହାଁନ୍ତି ବୋଲି କହିଛନ୍ତି ।

LEAVE A REPLY

Please enter your comment!
Please enter your name here