ରକ୍ତମୁଖା ହେଲା ସ୍ତ୍ରୀ । ସ୍ୱାମୀକୁ ହତ୍ୟା କରିବା ପରେ ଥାନାରେ ଆତ୍ମସମର୍ପଣ କଲା । ଏଭଳି ଏକ ଅଭାବନୀୟ ଘଟଣା ବାଲେଶ୍ୱର ଜିଲ୍ଲା ସହଦେବ ଖୁଣ୍ଟା ଅଞ୍ଚଳରେ ଘଟିଛି । ଦୀର୍ଘ ଦିନର ସମ୍ପର୍କକୁ ଦ୍ୱାହି ଦେଇ କଟୁରୀରେ ହାଣି ସ୍ୱାମୀକୁ ହତ୍ୟା କରିବା ପରେ ବାରିପଦା ସଦର ଥାନାରେ ଆତ୍ମସମର୍ପଣ କରିଛନ୍ତି ସୀତା ହେମ୍ବ୍ରମ । ବାରିପଦା ସଦର ଥାନା ଅନ୍ତର୍ଗତ ସିରିଶବଣି ଗାଁର ସୀତା ହେମ୍ବ୍ରମ୍ ସେହି ଗାଁର ବାଢା ମାରାଣ୍ଡିଙ୍କ ସହ ପ୍ରେମ ସମ୍ପର୍କ ଗଢିଥିଲେ । ଉଭୟ ଦୀର୍ଘ ବର୍ଷ ଧରି ସହଦେବ ଖୁଣ୍ଟା ଥାନା ଅନ୍ତର୍ଗତ ଗୁଡିପଦା ଅଞ୍ଚଳରେ ଏକାଠି ରହୁଥିଲେ । ତାଙ୍କର ଗୋଟିଏ ପୁଅ ଥିବାବେଳେ କିଛି ବର୍ଷ ହେବ ସେମାନଙ୍କ ମଧ୍ୟରେ ଭଲ ସମ୍ପର୍କ ନଥିଲା । ବିଭିନ୍ନ ସମୟରେ କଳି ଝଗଡା ମାରପିଟ୍ ଲାଗି ରହୁଥିଲା । ତେବେ ବଡ ମାରାଣ୍ଡି ସୀତାଙ୍କୁ ସ୍ତ୍ରୀ ସୀକୃତି ଏବଂ ତାଙ୍କ ପୁଅକୁ ପୀତାର ପରିଚୟ ନଦେଇ ଅନ୍ୟତ୍ର ବିବାହ କରିଥିଲେ । ସୀତା ଓ ତାଙ୍କ ପୁଅକୁ ଅବହେଳା କରୁଥିଲେ । ଯେଉଁଥିରେ ଅତିଷ୍ଠ ହୋଇ ଗତକାଲି ରାତିରେ ସୀତା ଗୁଡିପଦାରେ ନିଜ ସ୍ୱାମୀଙ୍କୁ ହତ୍ୟା କରିବା ପରେ ଟ୍ରେନରେ ଆଜି ବାରିପଦା ସଦର ଥାନାରେ ଆତ୍ମସମର୍ପଣ କରିବା ପାଇଁ ପହଁଞ୍ଚିଥିଲେ । ଏହି ଘଟଣାରେ ସଦର ପୋଲିସ ବାଲେଶ୍ୱର ପୋଲିସକୁ ସୀତାକୁ ହସ୍ତାନ୍ତର କରିବ ବୋଲି ଏସଡିପିଓ ସୁଚନା ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here