୧୩ ତାରିଖରୁ ଭୁବନେଶ୍ୱରରୁ ଦିଲ୍ଲୀ ଦୈନିକି ଯିବ ସ୍ୱତନ୍ତ୍ର ଟ୍ରେନ୍ । ୧୩ ତାରିଖ ସକାଳ ୧୦ଟାରେ ଭୁବନେଶ୍ୱର ଛାଡିବ ସ୍ପେଶାଲ ଟ୍ରେନ୍ । ଟ୍ରେନରେ ୧୭ଟି ବଗି ରହିବ, ସବୁ ବଗି ଏୟାର କଣ୍ଡିସନଡ । ୧୪ରୁ ଆରମ୍ଭ ହେବ ନୂଆଦିଲ୍ଲୀରୁ ଭୁବନେଶ୍ୱର ଦୈନିକ ଟ୍ରେନ । ଭୁବନେଶ୍ୱର-ଦିଲ୍ଲୀ ମଧ୍ୟରେ ୭ଟି ଜାଗାରେ ଷ୍ଟପେଜ୍ କରିବ ଟ୍ରେନ୍ । ବାଲେଶ୍ୱର, ଖଡକପୁର, ଟାଟା, ବୋକାରୋ, ଗୟା, ଡିଡିୟୁ ଜଙ୍କସନ୍, କାନପୁର, ଆଇଆରସିଟିସିରେ ବୁକିଂ, ଆରଏସି କି ୱେଟିଂ ନାହିଁ । କେବଳ କନଫର୍ମ
ଟିକେଟ୍ । ଟେନ ଛାଡିବାର ୨୪ ଘଣ୍ଟା ପୂର୍ବରୁ ଅନଲାଇନରେ କ୍ୟାନସେଲ କରିହେବ । ଟିକେଟ କ୍ୟାନସେଲ କଲେ ବୁକିଂ ମୂଲ୍ୟର ୫୦ ପ୍ରତିଶତ ଫେରସ୍ତ ମିଳିବ । ଟ୍ରେନରେ ଅଳ୍ପ କିଛି ଖାଦ୍ୟ , ପାଣି ମିଳିବ । ଖାଦ୍ୟ ଆଣି ଆସିବାକୁ ପରାମର୍ଶ । କନଫର୍ମ ଟିକେଟ ଥିବା ଯାତ୍ରୀଙ୍କୁ ଷ୍ଟେସନକୁ ଯିବାକୁ ଅନୁମତି ମିଳିବ । କେବଳ କରୋନା ଲକ୍ଷଣ ନଥିବା ଯାତ୍ରୀଙ୍କୁ ଯାତ୍ରା କରିବାକୁ ଅନୁମତି । ଟ୍ରେନରେ ବସିବା ପୂର୍ବରୁ ଯାତ୍ରୀଙ୍କୁ ମେଡିକାଲ ସ୍କ୍ରିନିଂ କରାଯିବ । ଯାତ୍ରୀମାନେ ମାସ୍କ, ହ୍ୟାଣ୍ଡ ସାନିଟାଇଜର, ସାବୁନ ସାଥିରେ ଧରି ଆସିବେ ।