ନିଆଁରେ ପୋଡିହୋଇ ଜଳିଗଲେ ଜଣେ ମହିଳା । ପାରିବାରିକ କଳହରୁ ଏମିତି ଘଟଣା ଘଟିଥିବା ଅନୁମାନ କରାଯାଉଛି । ଘଟଣା ଘଟିଛି ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ଥାନା ଅନ୍ତର୍ଗତ କୁରାଢ ଗାଁରେ । ମୃତକ ଜଣକ ହେଲେ କୁରାଢ ଗାଁର ଶାରଦା ମଲ୍ଲିକଙ୍କ ପତ୍ନୀ ସଂଯୁକ୍ତା ମହାନ୍ତି । ବିଳମ୍ବିତ ରାତିରେ ପାରିବାରିକ କଳହରୁ ଏଭଳି କାଣ୍ଡ ଘଟିଥିବା କୁହାୟାଉଛି । ରାତିରେ ଶାରଦାଙ୍କ ବାରିର ଏକ ପରିତ୍ୟକ୍ତ ସ୍ଥାନରେ ସଂଯୁକ୍ତାଙ୍କୁ ପୋଡାଯାଉଥିବା ବେଳେ ରାତି ପାହିବା ବେଳକୁ ଗାଁ ଲୋକେ ଜାଣିଥିଲେ । ଖବର ପାଇ ତିର୍ତ୍ତୋଲ ପୋଲିସ ଅର୍ଦ୍ଧଦଗ୍ଧ ମୃତଦେହ ଜବତ କରି ଘଟଣାର ତଦନ୍ତ କରୁଛି । ତେବେ ମହିଳା ଜଣକ ଆତ୍ମହତ୍ୟା କରିଛନ୍ତି କି ତାଙ୍କୁ କେହି ହତ୍ୟା କରିଛି, ତାହା ସ୍ପଷ୍ଟ ହୋଇନାହିଁ ।

LEAVE A REPLY

Please enter your comment!
Please enter your name here