ଆଣ୍ଟିଜେନ୍ ରିପୋର୍ଟ ନେଗେଟିଭ୍ । କିନ୍ତୁ ଲକ୍ଷଣ ପଜିଟିଭ୍ । ଢେଙ୍କାନାଳ ଜିଲ୍ଲା ଓଡାପଡା ବ୍ଲକ ବେଲପଡା ଗାଁରେ କରୋନା ଏମିତି ଭାବେ ଡରାଉଛି ଲୋକଙ୍କୁ । ଗାଁ ର ଅଧାରୁ ଅଧିକ ଲୋକଙ୍କ ପାଖରେ କୋଭିଡ୍ ଲକ୍ଷଣ ଦେଖାଯାଉଛି । ଥଣ୍ଡା ଜର, କାଶ, ଦେହହାତ ଘୋଳାବିନ୍ଧା ହେବା ଭଳି ଲକ୍ଷଣ ଦେଖାଯାଉଥିଲେ ମଧ୍ୟ ଆଣ୍ଟିଜେନ୍ ରିପୋର୍ଟ ନେଗେଟିଭ୍ ଆସୁଛି । ଲୋକଙ୍କ ପାଖରୁ ଏମିତି ଅଭିଯୋଗ ପାଇବା ପରେ ଆମ ପ୍ରତିନିଧି ସୋମବାର ଦିନ ଓଡାପଡା ବିଡିଓଙ୍କ ନଜରକୁ ଆଣିଥିଲେ । ଜିଲ୍ଲା ପ୍ରଶାସନ ପକ୍ଷରୁ ଆଜି ବେଲପଡାରେ ଆରଟିପିସିଆର ଟେଷ୍ଟ କ୍ୟାମ୍ପ ଆୟୋଜନ କରାଯାଇଥିଲା । ଆଉ କ୍ୟାମ୍ପ ଆରମ୍ଭ ହେବା ମାତ୍ରେ ଲୋକଙ୍କ ଲାଗିଥିଲା ଲମ୍ବା ଲାଇନ୍ । କ୍ୟାମ୍ପରେ ୧୬୨ ଜଣଙ୍କ ସାମ୍ପଲ ସଂଗ୍ରହ କରାଯାଇଥିବା ବେଳେ କିଟ୍ ଅଭାବରୁ ୩୫ ଜଣ ଟେଷ୍ଟରୁ ବଞ୍ଚିତ ହୋଇଥିଲେ ।

LEAVE A REPLY

Please enter your comment!
Please enter your name here