ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ କାର୍ଯ୍ୟ ସ୍ଥଗିତ ରଖିବା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଛି ଇନଟାକ୍ । ମାମଲା ହାଇକୋର୍ଟରେ ବିଚାରଧୀନ ଥିବାରୁ କାମକୁ ସ୍ଥଗିତ ରଖାଯାଉ ବୋଲି କହିଛି । ଶ୍ରୀମନ୍ଦିର ସୁରକ୍ଷା ନେଇ ଭକ୍ତଙ୍କ ମଧ୍ୟରେ ଉଦବେଗ ଥିବାରୁ ରାୟ ଆସିବା ପର୍ଯ୍ୟନ୍ତ ନିର୍ମାଣ କାର୍ଯ୍ୟକୁ ସ୍ଥଗିତ ରହିଲେ ପ୍ରକଳ୍ପ ପାଇଁ କିଛି ଅସୁବିଧା ନାହିଁ ବୋଲି ଚିଠିରେ ଉଲ୍ଲେଖ ରହିଛି । ଇନଟାକର ଓଡିଶା ଚାପ୍ଟର ଆବାହକ ଏ. ବି. ତ୍ରିପାଠୀ ମୁଖ୍ୟମନ୍ତ୍ରୀଙ୍କୁ ଏହି ଚିଠି ଲେଖିଛନ୍ତି । ସୂଚନାଯୋଗ୍ୟ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ହେଉଛନ୍ତି ଇନଟାକର ପ୍ରତିଷ୍ଠାତା ସଦସ୍ୟ ।

LEAVE A REPLY

Please enter your comment!
Please enter your name here