ରାଜ୍ୟରେ ଆସିଲା ନୂଆ ଅବକାରୀ ନୀତି । ମହଙ୍ଗା ହେବ ମଦ । ଭାରତରେ ପ୍ରସ୍ତୁତ ବିଦେଶୀ ମଦ ବା ଆଇଏମଏଫଏଲ ଦର ବୃଦ୍ଧି ଘଟିବ । ରାଜ୍ୟ ସରକାର ଆଇଏମଏଫଏଲ ଉପରେ ଅବକାରୀ ଶୁକ୍ଳରେ ସାମାନ୍ୟ ବୃଦ୍ଧି କରିଛନ୍ତି । ।
ଆସନ୍ତା ଆର୍ଥିକ ବର୍ଷରେ ଗ୍ରାମାଞ୍ଚଳରେ ନୂଆ ଅଫ୍ ସପ୍ ବା ଠିପି ଖୋଲା ମଦ ଦୋକାନ ଖୋଲିବା ପାଇଁ ଅନୁମତି ମିଳିବ ନାହିଁ । ଏଥିପାଇଁ ଲାଇସେନ୍ସ ମିଳିବ ନାହିଁ । ୨୦୨୩-୨୪ ଆର୍ଥିକ ବର୍ଷରେ ନୂଆ ଠିପି ବନ୍ଦ , ପ୍ରିମିୟମ ଠିପି ବନ୍ଦ, ଦେଶୀ ମଦ ଦୋକାନ ଖୋଲିବ ନାହିଁ । ବର୍ତ୍ତମାନ ଦିଆଯାଇଥିବା ଲାଇସେନ୍ସ ଆଉ ବର୍ଷେ ପାଇଁ ନବୀକରଣ କରାଯିବ । ତେବେ ସହରାଞ୍ଚଳରେ ପର୍ଯ୍ୟାପ୍ତ ରୁମ ଥିବା ତାରକା ହୋଟେଲକୁ ଠିପି ଖୋଲା ନୂଆ ମଦ ଦୋକାନ ପାଇଁ ଅନୁମତି ମିଳିପାରିବ । ତାରକା ହୋଟେଲ ଏବଂ ଅନ୍ୟ ହୋଟେଲ ଗୁଡିକର ରୁମ ସଂଖ୍ୟାକୁ ଆଖି ଆଗରେ ରଖି ଅନସପ୍ ଲାଇସେନ୍ସ ପ୍ରଦାନ କରିପାରିବେ ଅବକାରୀ କମିଶନର । ନୂଆ ଅବକାରୀ ନୀତି ଅନୁସାରେ ଲାଇସେନ୍ସ ଫି, ଏମଜିକ୍ୟୁ , ମଦ ପ୍ରସ୍ତୁତ ପାଇଁ ଆବେଦନ ଫି, ଯୋଗାଣକାରୀ ଏବଂ ରିଟେଲର ଫି ମଧ୍ୟ ସାମାନ୍ୟ ବୃଦ୍ଧି ହୋଇଛି । ସବୁ ପ୍ରକାର ନୂଆ ଅନ ସପ ମଦ ଦୋକାନ ଲାଇସେନ୍ସ ଫି ୨ ଲକ୍ଷ ଟଙ୍କା ଧାର୍ଯ୍ୟ ହୋଇଛି । ସେହିପରି ଅଫ ସପ୍ ଲାଇସେନ୍ସ ନବୀକରଣ ମୂଲ୍ୟ ୧ ଲକ୍ଷ ୨୦ ହଜାର ଟଙ୍କା ଧାର୍ଯ୍ୟ ହୋଇଛି । ମିଲିଟାରୀ କ୍ୟାଣ୍ଟିନ୍ ଲାଇସେନ୍ସ ନବୀକରଣ ମୂଲ୍ୟ ୨୫ ହଜାର ଟଙ୍କା ରହିଥିବାବେଳେ ୨୦ଟି ବର୍ଗରେ ଧାର୍ଯ୍ୟ ହୋଇଛି ଲାଇସେନ୍ସ ଫି । ସମସ୍ତ ପ୍ରକାର ବିୟର ଉପରେ ବ୍ୟବସାୟୀ ୧୨ ପ୍ରତିଶତ ଲାଭ ରଖିପାରିବେ ।

LEAVE A REPLY

Please enter your comment!
Please enter your name here