ମଶା ଧୂପରେ ଚାଲିଗଲା ୬ ଜୀବନ । ଦିଲ୍ଲୀରେ ମଶାଧୂପ ଲଗାଇ ରାତିରେ ଶୋଇଥିବାବେଳେ ଗୋଟିଏ ପରିବାରର ୬ ଜଣଙ୍କର ମୃତ୍ୟୁ ହୋଇଛି । ଦିଲ୍ଲୀ ଶାସ୍ତ୍ରୀ ନଗରଅଞ୍ଚଳରେ ଏହି ପରିବାର ମଶା ଦାଉରୁ ରକ୍ଷା ପାଇବା ପାଇଁ ରାତିରେ ମଶା ଧୂପ ଲଗାଇ ଶୋଇଥିଲେ । ମଶା ଧୂପରୁ ନିର୍ଗତ କାର୍ବନ ମନୋକ୍ସାଇଡ ପ୍ରଶ୍ୱାସରେ ରାତି ସାରା ନେବାବେଳେ ଏଭଳି ଘଟଣା ଘଟିଥିବା ଜଣାପଡିଛି । ପରିବାରର ଅନ୍ୟ ଦୁଇ ଜଣ ଏବେ ଗୁରୁତ୍ତର ଅବସ୍ଥାରେ ମେଡିକାଲରେ ଚିକିତ୍ସାଧୀନ ଅଛନ୍ତି । ପୋଲିସ ପହଁଞ୍ଚି ଶବ ଉଦ୍ଧାର କରିବା ସହିତ ଶବ ବ୍ୟବଚ୍ଛେଦ ପାଇଁ ପଠାଇଛି ।

LEAVE A REPLY

Please enter your comment!
Please enter your name here