ଯୁଦ୍ଧର ଭୟଙ୍କର ପରିଣାମ । ଗାଜାର ଅଲ ଆହିଲ ହସିପାଟଲ ଉପରେ ବୋମାମାଡ ଯୋଗୁ 500 ପାଲେଷ୍ଟାଇନଙ୍କ ମୃତ୍ୟୁ ହୋଇଛି । ତେବେ ଏହି ବିସ୍ପୋରଣ ପାଇଁ ହମାସ ଆତଙ୍କବାଦୀ ଇସ୍ରାଏଲକୁ ଦାୟୀ କରିଥିବା ବେଳେ ଇସ୍ରାଏଲ ସେନା ଏହାକୁ ଖଣ୍ଡନ କରିଛି । ଇସ୍ରାଏଲ ପକ୍ଷରୁ କୁହାଯାଇଛି, ହମାସ ଆତଙ୍କବାଦୀଙ୍କ ମିସ୍ ଫାୟାର ଯୋଗୁ ଏହି ଘଟଣା ଘଟିଛି । ଯାହାଫଳରେ ହସପିଟାଲକୁ ଚିକିତ୍ସା ପାଇଁ ଆଶିଥିବା ପାଞ୍ଚଶହରୁ ଅଧିକ ନୀରିହ ଲୋକଙ୍କ ମୃତ୍ୟୁ ହୋଇଛି । ଇସ୍ରାଏଲ ସରକାର କହିଛନ୍ତି, ହମାସ ଆତଙ୍କବାଦୀ ଇସ୍ରାଏଲ ଉପରେ ଆକ୍ରମଣ ପାଇଁ ରଖିଥିବା ରକେଟ ଭୁଲକ୍ରମେ ଗାଜା ହସପିଟାଲ ଉପରେ ବିସ୍ଫୋରଣ ହେବାରୁ ନୀରିହ ଲୋକଙ୍କ ମୃତ୍ୟୁ ହୋଇଛି । ନିଜକୁ ନିର୍ଦ୍ଦୋଷ ପ୍ରମାଣିତ କରିବା ପାଇଁ ଇସ୍ରାଏଲ ପ୍ରତିରକ୍ଷା ବିଭାଗ ପକ୍ଷରୁ ଭିଡିଓ ଜାରି କରାଯାଇଛି । ଏହି ଘଟଣା ପରେ ଆରବ ନେତାଙ୍କ ସହ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କ ଆଲୋଚନାକୁ ବାତିଲ କରାଯାଇଛି । ଆରବୀୟ ଦେଶ, ଇଜିପ୍ଟ, ତୁର୍କୀ, ସାଉଦୀ ଆବ ଏହି ଆକ୍ରମଣ ଇସ୍ରାଏଲକୁ ଦାୟୀ କରିଛନ୍ତି ।