କୋଟି କୋଟି ଟଙ୍କାର ଅମାପ ସଂପତ୍ତି ଠୁଳ କରିଥିବା ନବରଙ୍ଗପୁରର ଅତିରିକ୍ତ ଉପଜିଲ୍ଲାପାଳ ପ୍ରଶାନ୍ତ ରାଉତଙ୍କୁ ଭିଜିଲାନ୍ସ ଗିରଫ କରିଛି । ଗତକାଲି ତାଙ୍କର 9ଟି ଘରେ ଚଢାଉ କରିଥିଲା ଭିଜିଲାନ୍ସ । ଭିଜିଲାନ୍ସ ରେଡ୍ ହେବା ଦେଖି ସେ ତାଙ୍କ ପଡୋଶୀ ଘର ଛାତ ଉପରକୁ ବିଡା ବୁଡା ଟଙ୍କା ଭର୍ତ୍ତି 6 ପେଟି ଫୋପାଡି ଦେଇଥିଲେ । ଭିଜିଲାନ୍ସ ଟିମ୍ ପ୍ରଶାନ୍ତ ରାଉତଙ୍କ ଘରୁ ନଗଦ ତିନିକୋଟିରୁ ଅଧିକ ଟଙ୍କା ଡବତ କରିଥିବା ବେଳେ ମୋଟ ସଂପତ୍ତିର ମୂଲ୍ୟ ପାଞ୍ଚ କୋଟି ଟଙ୍କାରୁ ଅଧିକ ହେବ ବୋଲି ଆନୁମାନ କରାଯାଉଛି । ପ୍ରଶାନ୍ତ ରାଉତଙ୍କ ସଂପତ୍ତିର ମୂଲ୍ୟ ମୋଟ ଆୟ ଠାରୁ 500 ପ୍ରତିଶତ ଅଧିକ ବୋଲି ଜଣାପଡିଛି । ଜବତ ସଂପତ୍ତି ମଧ୍ୟରେ ପାଞ୍ଚଟି ପ୍ଲଟ ଓ ଦୁଇଟି ସ୍ଥାନରେ କୋଠା ଓ ଦୁଇଟି ଦାମୀ କାର୍ ରହିଥିବା ଜଣାପଡିଛି । ଏତେ ପରିମାଣର ଆୟ ବର୍ହିଭୁତ ସଂପତ୍ତି ଠୁଳ କରିଥିବା ପ୍ରଶାନ୍ତ ରାଉତଙ୍କ ସଂପର୍କରେ ପୂର୍ବରୁ ଭିଜିଲାନ୍ସ ଟିମ୍ କେମିତି ଟେର୍ ପାଇଲାନି, ତାହା ସମସ୍ତଙ୍କୁ ଚକିତ କରିଛି ।

LEAVE A REPLY

Please enter your comment!
Please enter your name here