ଚାକିରୀ ଅତିରିକ୍ତ ଉପଜିଲ୍ଲାପାଳ । ପୋଷ୍ଟିଂ – ନବରଙ୍ଗପୁର । ମାତ୍ର ଆୟର ହିସାବ ନାହିଁ । ସରକାରୀ ଚାକିରୀଆ ଏହି ବାବୁ ହେଲେ ନବରଙ୍ଗପୁର ଅତିରିକ୍ତ ଉପଜିଲ୍ଲପାଳ ପ୍ରଶାନ୍ତ ରାଉତ । ଏତେ ଟଙ୍କା ରୋଜଗାର କରିଛନ୍ତି ଯେ ହିସାବ ରଖିନାହାନ୍ତି । ଆଜି ସକାଳେ ଭିଜିଲାନ୍ସ ତାଙ୍କର ଭୁବନେଶ୍ବର ସ୍ଥିତ କାନନବିହାର ଘରେ ଚଢାଉ କରିଥିଲା । ଭିଜିଲାନ୍ସ ଟିମକୁ ଦେଖି ଘରେ ଯେତିକି ଟଙ୍କା ପେଟି ଥିଲା, ସେଥିରୁ କିଛି ଫୋପାଡି ଦେଇଥିଲେ ପଡୋଶୀ ଘର ଛାତ ଉପରକୁ । ପଡୋଶୀ ଘର ଛାତ ଉପରୁ ଜବତ ଟଙ୍କା ପେଟି ଭିତରେ ଥିଲା ବିଡା ବିଡା ପାଞ୍ଚଶହ ଟଙ୍କିଆ ନୋଟ୍ । ଗୋଟିଏ ପେଟି ନୁହେଁ, ପଡୋଶୀଙ୍କ ଛାତ ଉପରୁ ଟଙ୍କା ବିଡା ଭର୍ତ୍ତି 6ଟି ପେଟି ଜବତ କରିଛି ଭିଜିଲାନ୍ସ । ପୂର୍ବରୁ ପ୍ରଶାନ୍ତ ରାଉତ ବିଶ୍ରା ବ୍ଲକ ବିଡିଓ ଥିବା ବେଳେ ଏକ ଲକ୍ଷ ଟଙ୍କା ଲାଞ୍ଚ ନେଇ ଧରା ପଡିଥିଲେ । ତା ପରେ ବି ସରକାର ଏହି ଲାଞ୍ଚୁଆ ଅଧିକାରୀଙ୍କୁ ଅତିରିକ୍ତ ଉପଜିଲ୍ଲାପାଳ ପଦରେ ବସାଇଥିଲେ । ଭିଜିଲାନ୍ସ ତାଙ୍କର ନବରଙ୍ଗପୁର ସରକାରୀ ବାସଭବନ, ଭଦ୍ରକ ସ୍ଥିତ ପୈତୃକ ଘର, ଭୁବନେଶ୍ବର କାନନବିହାର ଘର ସମେତ ନଅଟି ସ୍ଥାନରେ ଏକକାଳୀନ ଚଢାଉ କରିଛି ।

LEAVE A REPLY

Please enter your comment!
Please enter your name here