ଦୁର୍ନୀତିକୁ ବିରୋଧ କଲେ । ବିରୋଧ କରିବାରୁ ମାଡ ଖାଇଲେ । ଥାନାରେ ଅଭିଯୋଗ କରିବା ପରେ ପୋଲିସ ଗିରଫ କଲା । ଏଭଳି ଘଟଣା ଘଟିଛି ବଲାଙ୍ଗୀର ଖପ୍ରାଖୋଲରେ ।
ଆଗକୁ ନିର୍ବାଚନ ଆସୁଥିବାରୁ ଜୋରସୋରରେ ଚାଲିଛି ନିର୍ମାଣ କାର୍ୟ୍ୟ । ଏହି କ୍ରମରେ ବଲାଙ୍ଗୀର ହରିଶଙ୍କର ପୀଠର ବିକାଶ ପାଇଁ କୋଟି କୋଟି ଟଙ୍କା ବ୍ୟରେ ଚାଲିଛି ନିର୍ମାଣ କାମ । ପୂର୍ତ୍ତ ବିଭାଗ ଅଧୀନରେ ଏହି କାମ ଚାଲିଥିବା ବେଳେ ପ୍ରକଳ୍ପରେ ନିମ୍ନମାନର କାମ ହେଉଛି ବୋଲି ଅଭିଯୋଗ କରିଛନ୍ତି ଚଙ୍ଗରିଆ ସରପଞ୍ଚ ସୁଶୀଲ ଗିରି । ନିର୍ମାଣ କାମରେ ସିମେଣ୍ଟ କମ୍, ବାଲି ଅଧିକ ବ୍ୟବହାର କରାଯାଉଥିବା ନେଇ ସେ ଅଭିଯୋଗ କରିବା ପରେ ଦାୟିତ୍ବରେ ଥିବା ପୂର୍ତ୍ତ ବିଭାଗ ଏସଡିଓ ସିଦ୍ଧାର୍ଥ ଦାସଙ୍କ ସହ ଯୁକ୍ତିତର୍କ ହୋଇଥିଲା । ଆଜି ହରିଶଙ୍କର ପୀଠରେ ଏହାକୁ ନେଇ ଉଭୟଙ୍କ ମଧ୍ୟରେ ଯୁକ୍ତିତର୍କ ହେବା ପରେ ଉତକ୍ଷିପ୍ତ ହୋଇଯାଇଥିଲେ ସରକାରୀ ବାବୁ । ସରପଞ୍ଚ ସୁଶୀଲ ଗିରିଙ୍କୁ ତଳେ ପକାଇ ମାଡ ମାରିଥିଲେ । ଏସଡିଓ ସରପଞ୍ଚଙ୍କୁ ମାଡ ମାରିବା ଘଟଣାର ଭିଡିଓ ମଧ୍ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ତେବେ ମାଡ ଖାଇବା ପରେ ସରପଞ୍ଚ ସୁଶୀଲ ଗିରି ଖପ୍ରାଖୋଲ ଥାନାରେ ଅଭିଯୋଗ କରିଥିଲେ । ପରେ ଏସଡିଓ ମଧ୍ୟ ସରପଞ୍ଚଙ୍କ ବିରୋଧରେ ପାଲଟା ଏତଲା ରୁଜୁ କରିଥିଲେ । ପୋଲିସ ଏହି ମାମଲାର ତଦନ୍ତ କରିବା ପରେ ଉଭୟ ସରପଞ୍ଚ ଓ ଏସଡିଓଙ୍କୁ ଗିରଫ କରିଛି ।

LEAVE A REPLY

Please enter your comment!
Please enter your name here