ସକାଳେ ଗୁଳିମାଡ । ଆଉ କିଛି ସମୟ ମଧ୍ୟରେ ଗୁଳିମାଡର ପ୍ରତିଶୋଧ ନେଲେ ଗୁଳିମାଡର ଶୀକାର ହୋଇଥିବା ମୃତକଙ୍କ ପରିବାର । ଘଟଣା ଘଟିଛି ଢେଙ୍କାନାଳ ଜିଲ୍ଲା ସଦର ଥାନା ଅନ୍ତର୍ଗତ କନ୍ଧପାଳ ଗାଁରେ । ପୋଖରୀ ଖୋଳାକୁ କେନ୍ଦ୍ର କରି ଗାଁର 56 ବର୍ଷ ବୟସ୍କ ଦଳେଇ ନାୟକଙ୍କୁ ତାଙ୍କ ସଂପର୍କୀୟ ଭାଇ ନୃପତ୍ତି ନାୟକ ସକାଳେ ଗୁଳି କରି ହତ୍ୟା କରିଥିଲେ । ଏହି ଘଟଣା ପରେ ନୃପତ୍ତି ଗାଁରୁ ଫେରାର ହୋଇଯାଇଥିଲେ । ଏପରିକି ତାଙ୍କ ବାପା ଓ ଭାଇ ବି ଗାଁ ଛାଡି ପଳେଇଥିଲେ । କିନ୍ତୁ ନୃପତ୍ତିଙ୍କ ସ୍ତ୍ରୀ ସାରଥୀ ତିନିବର୍ଷର ପୁଅ ସହ ଗାଁ ଛାଡି ଯାଉଥିବା ବେଳେ ଗୁଳିମାଡରେ ପ୍ରାଣ ହରାଇଥିବା ମୃତକ ଦଳେଇ ନାୟକଙ୍କ ପରିବାର ସହ ମୁହାଁମୁହିଁ ହୋଇଥିଲେ । ଦଳେଇଙ୍କ ପରିବାର ଲୋକେ ନୃପତ୍ତିଙ୍କ ସ୍ତ୍ରୀ ଓ ପୁଅକୁ ଗୋଡେଇ ଗୋଡେଇ ଆକ୍ରମଣ କରିଥିଲେ । ଆକ୍ରମଣରେ ଗୁରୁତର ନୃପତ୍ତିଙ୍କ ସ୍ତ୍ରୀ ଓ ପୁଅକୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।

LEAVE A REPLY

Please enter your comment!
Please enter your name here