ଓଡିଶା ,ସଂସ୍କୃତି , ଐତିହ୍ୟ ଓ ଲୋକପ୍ରତିନିଧିଙ୍କ ସମ୍ପର୍କରେ ଆପତ୍ତିଜନକ ମନ୍ତବ୍ୟ ଦେଇଥିବା ଅଭିଜିତ ଆୟରଙ୍କୁ ଗୁରୁବାର ହାଜର ହେବା ପାଇଁ ଓଡିଶା ବିଧାନସଭା ଗୃହ କମିଟି ନିଦେ୍ର୍ଦଶ ଦେଇଥିଲେ । କିନ୍ତୁ ଅଭିଜିତ ଆୟାର ମିତ୍ର ଗୃହ କମିଟି ନିକଟରେ ହାଜର ହୋଇନଥିବା ଜଣାପଡିଛି । କିନ୍ତୁ ସେ ତାଙ୍କ କ୍ଷମାପତ୍ର ବାଚସ୍ପତିଙ୍କ ନିକଟକୁ ପଠାଇଛନ୍ତି । କ୍ଷମାପତ୍ରକୁ ବିଧାନସଭା ସଚିବଙ୍କୁ ପ୍ରଦାନ କରାଯାଇଛି । ତେବେ ଅଭିଜିତଙ୍କୁ କମିଟିରେ ହାଜର ହେବାକୁ ଆଉ ଏକ ତାରିଖ ଦିଆଯାଇଛି । ଅକ୍ଟୋବର ୨୩ ତାରିଖ ଦିନ ୧୧ଟାରେ ହାଜର ହେବାକୁ ନିଦେ୍ର୍ଦଶ ଦିଆଯାଇଛି । ଆଜି ବସିଥିବା ଗୃହ କମିଟି ବୈଠକରେ ଅଧ୍ୟକ୍ଷ ନରସିଂହ ମିଶ୍ର ଏହି ସୁଚନା ଦେଇଛନ୍ତି । ପ୍ରଥମେ ଅଭିଜିତ ଗୋଟିଏ ମେଲ କରି ଆଜି ଗୃହ କମିଟିରେ ଉପସ୍ଥିତ ହେବେ ବୋଲି ଜଣାଇଥିଲେ । ପରେ ଆଉ ଏକ ମେଲରେ ନିଜର ଭୁଲ ପାଇଁ କ୍ଷମା ମାଗିଛନ୍ତି । ମୁଁ ଅକ୍ଷମଣୀୟ ଅପରାଧ କରିଛି , ମୁଁ କ୍ଷମା ମାଗୁଛି । ମୋତେ କ୍ଷମା ଦିଆଯାଉ ବୋଲି ମେଲରେ ଲେଖିଛନ୍ତି ଅଭିଜିତ ।
ସୁଚନାଅନୁସାରେ ଅଭିଜିତ ଆୟାର ମିତ୍ର ଓଡିଶାର କୋଣାର୍କ ମନ୍ଦିର ଓ ଜଗନ୍ନାଥ ମନ୍ଦିର ସମ୍ପର୍କରେ ଆପତ୍ତିଜନକ ମନ୍ତବ୍ୟ ଦେଇ ସମସ୍ତଙ୍କ କୁଠାରଘାତ ଘରିଥିଲେ । ସେପ୍ଟେମ୍ବର ୨୦ ତାରିଖରେ ପୁଲିସ ତାଙ୍କୁ ଗିରଫ କରିଥିଲା । କିନ୍ତୁ ପରେ ସେ ଜାମିନରେ ଛାଡ ପାଇଥିଲେ । ତାଙ୍କୁ ଅକ୍ଟୋବର ୫ ତାରିଖ ପର୍ଯ୍ୟନ୍ତ ଗିରଫ ନକରିବାକୁ ସୁପ୍ରିମକୋର୍ଟ ନିଦେ୍ର୍ଦଶ ଦେଇଥିଲେ । ମାତ୍ର ପରେ ସୁପି୍ରମକୋର୍ଟ ତାଙ୍କ ଜାମିନ ଆବେଦନକୁ ଖାରଜ କରିଦେଇଥିଲେ ।

LEAVE A REPLY

Please enter your comment!
Please enter your name here