କେତେ ସୁରକ୍ଷିତ ଜଣେ ସାମ୍ବାଦିକ । ଗଣତନ୍ତ୍ରର ଚତୁର୍ଥ ସ୍ତମ୍ଭ କୁହାଯାଉଥିବା ଗଣମାଧ୍ୟମ ଦିନକୁ ଦିନ ଅସୁରକ୍ଷିତ ହୋଇପଡିଲାଣି । ଓଡିଶା ସମେତ ସମଗ୍ର ଦେଶରେ ସାମ୍ବାଦିକଙ୍କ ଉପରେ ଆକ୍ରମଣ ଘଟଣା ବୃଦ୍ଧି ହେବା ଚତୁର୍ଥ ସ୍ତମ୍ଭକୁ ଦୁର୍ବଳ କରୁଛି । ଏବେ ନିକଟରେ ଓଡିଶାର ବିଭିନ୍ନ ସ୍ତାନରେ ସାମ୍ବାଦିକଙ୍କ ଉପରେ ଆକ୍ରମଣକୁ ବିଭିନ୍ନ ମହଲରେ ନିନ୍ଦା କରାଯାଇଛି । ଗତ କିଛି ଦିନ ମଧ୍ୟରେ ବାଲିଆପାଳ , ପୁରୀ ଓ ଅନ୍ୟାନ୍ୟ ସ୍ଥାନରେ ସାମ୍ବାଦିକଙ୍କୁ ମରଣାନ୍ତକ ଆକ୍ରମଣ ହୋଇଛି । ସବୁ ସ୍ତରରେ ଏଭଳି ଆକ୍ରମଣକୁ ନିନ୍ଦା କରାଯାଇଛି । ସାମ୍ବାଦିକଙ୍କ ସୁରକ୍ଷା ଦାବିରେ ବିଭିନ୍ନ ଗଣମାଧ୍ୟମର ସାମ୍ବାଦିକମାନେ ମହାତ୍ମାଗାନ୍ଧି ମାର୍ଗରେ ଧାରଣାରେ ବସିଥିଲେ । ସାମ୍ବାଦିକ ସୁରକ୍ଷା ନିତୀ ପ୍ରଣୟନ କରିବାକୁ ରାଜ୍ୟସରକାରଙ୍କ ନିକଟରେ ସାମ୍ବାଦିକମାନେ ଦାବି କରିଛନ୍ତି । ସରକାର ସାମ୍ବାଦିକଙ୍କୁ ସୁରକ୍ଷା ଯୋଗାଇନଦେଲେ ଗଣମାଧ୍ୟମ ଉପରୁ ଲୋକଙ୍କ ଭରସା ତୁଟିଯିବ ।

LEAVE A REPLY

Please enter your comment!
Please enter your name here