ବିଶିଷ୍ଟ ଲେଖିକା ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଭଉଣୀ ଗୀତା ମେହେଟ୍ଟା, ଦୈତାରୀ ନାୟକ, କମଳା ପୂଜାରୀ ଓ ଡି. ପ୍ରକାଶ ରାଓଙ୍କୁ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ କରାଯିବ. ଚଳିତ ବର୍ଷ ଏହି ସମ୍ମାନ 112ଜଣଙ୍କୁ ପ୍ରଦାନ କରାଯିବ ବୋଲି ଘୋଷଣା କରାଯାଇଛି, ଏମାନଙ୍କ ମଧ୍ୟରେ  4 ଜଣଙ୍କୁ ପଦ୍ମ ବିଭୂଷଣ, 14 ଜଣଙ୍କୁ ପଦ୍ମ ଭୂଷଣ ଓ 94 ଜଣଙ୍କୁ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ  କରିବା ପାଇଁ କେନ୍ଦ୍ର ସରକାର ଘୋଷଣା କରିଛନ୍ତି. ଏହି ସମ୍ମାନ ପାଇବା ପାଇଁ 21 ଜଣ ମହିଳା ଥିବା ବେଳେ 11 ଜଣ ବିଦେଶୀ ନାଗରିକ ଅଛନ୍ତି. ତେବେ ନବୀନ ପଟ୍ଟନାୟକଙ୍କ ଭଉଣୀ ଗୀତା ମେହେଟ୍ଟା ପଦ୍ମଶ୍ରୀ ପୁରସ୍କାର ଗ୍ରହଣ କରିବାକୁ ମନା କରିଛନ୍ତି. ସାହିତ୍ୟ ଓ ଶିକ୍ଷା କ୍ଷେତ୍ରରେ ଗୀତାଙ୍କୁ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ କରିବାକୁ କେନ୍ଦ୍ର ସରକାର ଘୋଷଣା କରିଥିଲେ. ଆଗକୁ ନିର୍ବାଚନ ଥିବାରୁ ଏହାକୁ ସେ ଗ୍ରହଣ କଲେ ଏହା ସରକାର ଓ ତାଙ୍କ ମଧ୍ୟରେ ଏକ ପ୍ରକାର ଭ୍ରମ ସୃଷ୍ଟି କରିବ ବୋଲି ସେ ଏହାକୁ ଗ୍ରହଣ କରିବାକୁ ମନା କରିଦେଇଛନ୍ତି. ଲୋକକଳା କ୍ଷେତ୍ରରେ ଶ୍ରେଷ୍ଠ ପ୍ରଦର୍ଶନ କରିଥିବା ଛତିଶଗଡ଼ର ତିଜନ ବାଈ, ସାଧାରଣ ବ୍ୟାପାର ପାଇଁ ଇସ୍‌ମାଇଲ୍ ଉମର ଗୁଲ୍ଲେଆ(ବିଦେଶୀ), ବାଣିଜ୍ୟ ଓ ଶିଳ୍ପ ଭିତ୍ତିଭୂମି ବିକାଶ ପାଇଁ ଅନୀଲ କୁମାର ମଣିଭାଇ ନାଏକ(ମହାରାଷ୍ଟ୍ର) ଏବଂ କଳା, ଅଭିନୟ ଓ ନାଟକ ପାଇଁ ବଲବନ୍ତ ମୋରେଶ୍ୱର ପୂରେନ୍ଦ୍ର(ମହାରାଷ୍ଟ୍ର)ଙ୍କୁ ପଦ୍ମ ବିଭୂଷଣ ସମ୍ମାନ ପ୍ରଦାନ କରାଯିବ. ଏହାଛଡା କ୍ରିକେଟର ଗୌତମ ଗମ୍ଭୀର, ଫୁଟବଲ ଖେଳାଳୀ ସୁନୀଲ ଛେତ୍ରୀ, କୋରିଅଗ୍ରାଫର ପ୍ରଭୁ ଦେବା, ରେସଲର ବଜରଙ୍ଗ ପୁନିଆ, ଅଭିନେତା ମନୋଜ ବାଜପେୟୀ, କଳା ଓ ସଙ୍ଗୀତ କ୍ଷେତ୍ରରେ ଶଙ୍କର ମାଧବନ ନାରାୟଣ ଓ ଅଭିନେତା କାଦର ଖାନଙ୍କୁ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ କରାଯିବ.

 

LEAVE A REPLY

Please enter your comment!
Please enter your name here