ବିଜେଡି ଜଗତସିଂହପୁର ଜିଲ୍ଲା କମିଟି ପୁର୍ନଗଠନ ହୋଇଥିବା ବେଳେ ଦୁଇ ଉପସଭାପତିଙ୍କୁ ନେଇ ଚର୍ଚ୍ଚା ଜୋର୍ ଧରିଛି । ନବଗଠିତ ଜିଲ୍ଲା କମିଟିରେ ଉପସଭାପତି ଥିବା ଦୁଇ ନେତାଙ୍କ ନାଁରେ ଅପରାଧିକ ମାମଲା ରହିଛି । ଏପରିକି ଜଣେ ଉପସଭାପତି ଗ୍ୟାଙ୍ଗଷ୍ଟର ଟିଟୋର ସହଯୋଗୀ । ଜିଲ୍ଲା ସଂଗଠନରେ ଅପରାଧିକ ମାମଲା ଥିବା ନେତାଙ୍କୁ ଉପସଭାପତି କରାଯିବା ନେଇ ଏବେ ଦଳୀୟ ନେତାଙ୍କ ଭିତରେ ଆରମ୍ଭ ହୋଇଛି ଆରୋପ-ପ୍ରତ୍ୟାରୋପ । ପାରାଦୀପ ବିଧାୟକ ସମ୍ବିତ ରାଉତରାୟ କହିଛନ୍ତି, ତାଙ୍କ ନିର୍ବାଚନମଣ୍ଡଳୀରୁ କିଏ ଜିଲ୍ଲା କମିଟିରେ ରହିବେ, ତାର ଏକ ତାଲିକା ସେ ଦେଇଥିଲେ । ମାତ୍ର ସେ ଦେଇଥିବା ତାଲିକାରେ ଟିଟୋ ସହଯୋଗୀ କୁହାଯାଉଥିବା ଜ୍ୟାେତିକାନ୍ତ ପରିଡାଙ୍କ ନାଁ ନ ଥିଲା । ଜଗତସିଂହପୁର ଜିଲ୍ଲା ପୂର୍ବତନ ସଭାପତି ତଥା ବର୍ତ୍ତମାନ ସରକାରୀ ମୁଖ୍ୟ ସଚେତକ ଥିବା ପ୍ରଶାନ୍ତ ମୁଦୁଲିଙ୍କ ଆଡକୁ ସମ୍ବିତ ଅଙ୍ଗୁଳି ଦେଖାଇଛନ୍ତି । ନବଗଠିତ ଜିଲ୍ଲା କମିଟିରେ ଜ୍ୟାେତିକାନ୍ତଙ୍କୁ ପ୍ରଶାନ୍ତ ମୁଦୁଲିଙ୍କ ସୁପାରିଶରେ ସାମିଲ କରାଯାଇଥିବା ସେ କହିଛନ୍ତି । ଟିଟୋ ସହଯୋଗୀ ଜ୍ୟାେତିକାନ୍ତଙ୍କୁ 2018ରେ ଏଶଟିଏଫ ଗିରଫ କରିଥିଲା । ସେହିପରି ଆଉ ଜଣେ ଉପସଭାପତି ହେଉଛନ୍ତି ଅଶ୍ବିନୀ କୁମାର ଦାସ । ତାଙ୍କ ବିରୋଧରେ ମଧ୍ୟ ଅପରାଧିକ ମାମଲା ରହିଛି ଏବଂ ପୂର୍ବରୁ ସେ ବିଜେଡିରୁ ବହିଷ୍କୃତ ହୋଇଥିଲେ । ଅନ୍ୟପକ୍ଷରେ ଜ୍ୟାେତିକାନ୍ତ କହିଛନ୍ତି, ତାଙ୍କ ବିରୋଧରେ ଥିବା ଅପରାଧିକ ମାମଲାରୁ ସେ ନିର୍ଦ୍ଦୋଷରେ ଖଲାସ ହୋଇଛନ୍ତି ।

LEAVE A REPLY

Please enter your comment!
Please enter your name here