ବିରୋଧୀଙ୍କ ମହାମେଣ୍ଟର ନୂଆ ନାଁ ଇଣ୍ଡିଆ ରଖାଯିବା ପରେ ଦିଲ୍ଲୀରେ ତାହାକୁ ସମାଲୋଚନା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏନଡିଏ ସମେତ 38ଟି ଦଳକୁ ନେଇ ନୂଆଦିଲ୍ଲୀରେ ନିଜର ଶକ୍ତି ପ୍ରଦର୍ଶନ କରିବା ସହ ବିରୋଧୀଙ୍କ ଇଣ୍ଡିଆକୁ ସମାଲୋଚନା କରିଛନ୍ତି । ମୋଦି କହିଛନ୍ତି, ନକରାତ୍ମକ ଶକ୍ତିର କେବେ ବି ବିଜୟ ହେବ ନାହିଁ । ଦୁର୍ନୀତିଗ୍ରସ୍ତ ନେତାଙ୍କ ଆଲିଆନ୍ସ କେବେ ବି ଦେଶବାସୀଙ୍କ ବିଶ୍ବାସ ହାସଲ କରିପାରିବ ନାହିଁ । ଭାରତର ଗରିବ ଓ ପଛୁଆବର୍ଗ ଲୋକଙ୍କ ପ୍ରତିନିଧିତ୍ବ ଏନଡିଏ କରୁଛି ବୋଲି ସେ କହିଛନ୍ତି ।

ମୋଦି କହିଛନ୍ତି, କେରଳରେ ବାମପନ୍ଥୀ ଓ କଂଗ୍ରେସ ପରସ୍ପରର ବିରୋଧ, ମାତ୍ର ବେଙ୍ଗାଲୁରରେ ପରସ୍ପରକୁ ଆଲିଙ୍ଗନ କରୁଛନ୍ତି । ସେମାନେ ଏକାଠି ହୋଇପାରନ୍ତି, କିନ୍ତୁ କେବେ ବି ଏକାଠି ଚାଲି ପାରିବେ ନାହିଁ ବୋଲି ସେ କହଛନ୍ତି ।

LEAVE A REPLY

Please enter your comment!
Please enter your name here