ପୁଣି ଖାକି ନାଁରେ ସଙ୍ଗୀନ ଅଭିଯୋଗ । ପୋଲିସ ଅଧିକାରୀଙ୍କ ବିରୋଧରେ ସାଂଘାତିକ ଅଭିଯୋଗ ଆଣିଲେ ସିପାହୀଙ୍କ ପତ୍ନୀ । ସ୍ୱାମୀଙ୍କୁ ଝିଅ ଯୋଗାଇଦେବା ପାଇଁ ବାଧ୍ୟ କରୁଥିଲେ କମାଣ୍ଡାଣ୍ଟ ଡିସିପି (ଆମର୍ଡ) ବିଜୟ କୁମାର ସାହୁ । ଏପରିକି ଦାବି ମୁତାବକ ଝିଅ ଯୋଗାଇ ନଦେଲେ ମାଲକାନଗିରି ଭଳି ଜିଲ୍ଲାକୁ ବଦଳି କରିଦେବାକୁ ଧମକ ଦେଉଥିଲେ । ଦୁଇ ମାସ ଧରି ମାନସିକ ନିର୍ଯାତନା ପରେ ଦୁଇଦିନ ତଳେ ଫିନାଇଲ ପିଇ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି ସିପାହୀ ଜଣକ । ଗୁରୁତର ସିପାହୀ ନିହାର ରଞ୍ଜନ ନାଏକ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିବାବେଳେ କମିଶନରେଟ ପୋଲିସରେ ଲିଖିତ ଅଭିଯୋଗ କରିଛନ୍ତି ସିପାହୀଙ୍କ ପତ୍ନୀ ସୁନିତା ଲେଙ୍କା ।
ଅଭିଯୋଗ ଅନୁସାରେ, OSAP ସପ୍ତମ ବାଟାଲିଅନରେ ଫ୍ୟାମିଲି ୱେଲଫେୟାର ସେଣ୍ଟରରେ ଝିଅ ଏବଂ ମହିଳା ମାନଙ୍କୁ ଟେଲରିଂ ଶିଖାନ୍ତି ନିହାର । ସିପାହୀ ଜଣକ ଯେହେତୁ ଏହି ଦାୟିତ୍ୱରେ ଅଛନ୍ତି । ତାଙ୍କ ଅଧିନରେ ୨୩ ଜଣ ମହିଳା ବିଭିନ୍ନ ପ୍ରକାରର ସିଲେଇ ଏବଂ ହସ୍ତଶିଳ୍ପ କାମ ଶିଖିବାକୁ ଆସିଥାନ୍ତି । ତେବେ ଏହି ମହିଳା ଏବଂ ଯୁବତୀଙ୍କୁ ଯୋଗାଇ ଦେବା ପାଇଁ କମାଣ୍ଡାଣ୍ଟ ଡିସିପି ବିଜୟ କୁମାର ସାହୁ ଦାବି କରୁଥିବା ଏବଂ ରାଜି ନହେଲେ ଅନ୍ୟ ଜିଲ୍ଲାକୁ ବଦଳି କରିଦେବା ନେଇ ଧମକ ଦେଉଥିବା ଅଭିଯୋଗ କରିଛନ୍ତି ସିପାହୀଙ୍କ ପତ୍ନୀ । ମାମଲା ଥାନାରେ ପହଁଞ୍ଚିବା ପରେ ଏହି ପ୍ରସଙ୍ଗ ଏବେ ଚର୍ଚ୍ଚାର ବିଷୟ ହୋଇଛି । ତେବେ ଆସିଥିବା ଅଭିଯୋଗ ଉପରେ କମାଣ୍ଡାଣ୍ଟ ଡିସିପି ବିଜୟ କୁମାର ସାହୁଙ୍କ ପ୍ରତିକ୍ରୀୟାକୁ ଅପେକ୍ଷା କରାଯାଇଛି ।
ଅନ୍ୟପଟେ ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ପୋଲିସ କମିଶନର । ଘଟଣାର ତଦନ୍ତ କରିବେ ଅତିରିକ୍ତ ସିପି ରେଖା ଲୋହାନୀ

LEAVE A REPLY

Please enter your comment!
Please enter your name here