କେରଳରେ ବନ୍ୟା ପରେ ସ୍ଥିତି ଗମ୍ଭିର ହୋଇଛି। ଏବେ ବି ଉଦ୍ଧାର କାର୍ଯ୍ୟ ଜାରି ରହିବା ସହ ରିଲିଫ ବଣ୍ଟନ ମଧ୍ୟ କରାଯାଉଛି। କିନ୍ତୁ ୧୦ ଦିନ ଧରି କେରଳରେ ପ୍ରଳୟଙ୍କରୀ ବନ୍ୟାରେ ଫସିଥିବା ଶତାଧିକ ଓଡିଆ ଶ୍ରମିକ ମଙ୍ଗଳବାର ଘରକୁ ଫେରିଛନ୍ତି। ଏର୍ନାକୁଲମ ହାୱଡା ଟ୍ରେନରେ ସେମାନେ କେରଳରୁ ବ୍ରହ୍ମପୁର ଏବଂ ଭୁବନେଶ୍ୱର ଆସିଛନ୍ତି। ମଧାହ୍ନ ପ୍ରାୟ ୧ଟାରେ ଟ୍ରେନ ବ୍ରହ୍ମପୁର ଷ୍ଟେସନରେ ଲାଗିଥିଲା। ସମସ୍ତଙ୍କ ମୁହଁରେ ଖୁସିର ଲହରୀ ଦେଖିବାକୁ ମିଳିଥିଲା। ଛଳ ଛଳ ଆଖିରେ ସେମାନଙ୍କ ପରିବାର ଲୋକେ ଷ୍ଟେସନରେ ଶ୍ରମିକ ମାନଙ୍କୁୂ ସ୍ୱାଗତ କରିଥିଲେ। ବନ୍ୟାରେ ଅନେକ ଶ୍ରମିକଙ୍କ ସାଟିଫିକେଟ ଭାସିଯାଇଥିବାରୁ ସେମାନେ ଦୁଃଖ ପ୍ରକାଶ କରିଛନ୍ତି। ଓଡିଶାରେ ପହଁଞ୍ଚିବା ପରେ ବନ୍ୟା ପ୍ରପିଡିତ ମାନେ ସେମାନଙ୍କ ଦୁଃଖଦ ଅନୁଭୂତି ବଖାଣିଥିଲେ।

LEAVE A REPLY

Please enter your comment!
Please enter your name here