ତୃତୀୟ ଲହରକୁ ନେଇ ସ୍ୱାସ୍ଥ୍ୟ ବିଭାଗର ଆକଳନ । ଦେଢଗୁଣ ଅଧିକ ହେବ ଶୀର୍ଷ ସଙ୍କ୍ରମଣ । ଦୈନିକ ଆକ୍ରାନ୍ତଙ୍କ ସଂଖ୍ୟା ୫୩ ପ୍ରତିଶତରୁ ଅଧିକ ରହିବ । ଆଇସିୟୁ, ଅମ୍ଳଜାନ ଆବଶ୍ୟକ କରୁଥିବା ରୋଗୀଙ୍କ ସଂଖ୍ୟା ତୃତୀୟ ଲହରରେ ଅଧିକ ରହିବ ବୋଲି ସ୍ୱାସ୍ଥ୍ୟ ବିଭାଗ ଆକଳନ କରୁଛି । ଦ୍ୱିତୀୟ ଲହର ସମୟରେ ମେ ୨୨ ତାରିଖରେ ସର୍ବାଧିକ ସଙ୍କ୍ରମଣ ୧୨,୮୫୨ ଥିଲା । ସମ୍ଭାବ୍ୟ ତୃତୀୟ ଲହରରେ ସର୍ବାଧିକ ସଙ୍କ୍ରମଣ ୧୯, ୨୭୮ରେ ପହଁଞ୍ଚିବ ବୋଲି ପୂର୍ବାନୁମାନ କରିଛି ସ୍ୱାସ୍ଥ୍ୟ ବିଭାଗ । ଅର୍ଥାତ୍ ତୃତୀୟ ଲହରର ସର୍ବାଧିକ ସଙ୍କ୍ରମଣ ଦେଢ ଗୁଣା ଅଧିକ ରହିବ । ସବୁ ଜିଲ୍ଲାପାଳଙ୍କୁ ସ୍ୱାସ୍ଥ୍ୟବିଭାଗ ଏସିଏସ ପ୍ରଦୀପ୍ତ ମହାପାତ୍ରଙ୍କ ଚିଠି । ତୃତୀୟ ଲହରକୁ ଦୃଷ୍ଟିରେ ରଖି ଚିଠି ଲେଖିଛନ୍ତି ଏସିଏସ । ଏମର୍ଜେନ୍ସି କୋଭିଡ ରେସପନ୍ସ ପ୍ଲାନ ପ୍ରସ୍ତୁତ କରିବାକୁ ଚିଠି । ସବୁ ଜିଲ୍ଲା ହସ୍ପିଟାଲରେ ଆରଟିପିସଆର ଓ ଆଣ୍ଟିଜେନ କିଟ୍ ମହଜୁଦ୍ ରଖିବାକୁ ନିର୍ଦ୍ଦେଶ । ଆରଟିପିସିଆର ଲ୍ୟାବ ସହିତ ୮ ପ୍ରକାରର ଜରୁରୀ ଔଷଧ ମହଜୁଦ୍ ରଖିବାକୁ ନିର୍ଦ୍ଦେଶ । ଶିଶୁ ବିଭାଗରେ ଅକ୍ସିଜେନ୍ , ୨୦ରୁ ୩୦ଟି ବେଡ ପ୍ରସ୍ତୁତ ରଖିବାକୁ କୁହାଯାଇଛି । ୧୨ଟି ବେଡ ବିଶିଷ୍ଟ ଆଇସିୟୁ ପ୍ରସ୍ତୁତ ରଖିବାକୁ ଚିଠିରେ ଉଲ୍ଲେଖ ରହିଛି ।

LEAVE A REPLY

Please enter your comment!
Please enter your name here