ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ୧୨ ଶିଶୁ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ୪ ଜଣ ପିଲା ଏସଏନସିୟୁରେ ଚିକିତ୍ସିତ ହେଉଥିବାବେଳେ ୮ ଜଣଙ୍କର ବୟସ ମାସକରୁ ଅଧିକ ରହିଛି । ଅଭିଭାବକଙ୍କ ସହମତିରେ ୨ ଜଣ ପିଲାଙ୍କୁ କଟକ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ଏହି ସୂଚନା ଦେଇଛନ୍ତି ବାଲେଶ୍ୱର ସିଡିଏମଓ । ତୃତୀୟ ଲହରରେ କରୋନା ଶିଶୁଙ୍କୁ ଅଧିକ ଆକ୍ରମଣ କରିବା ସମ୍ଭାବନା ଥିବାରୁ ବାଲେଶ୍ୱରରେ ପିଲାଙ୍କ ପାଇଁ ୪୦ଟି ବେଡ୍ କରାଯିବାର ବ୍ୟବସ୍ଥା କରାଯାଇଛି ।

LEAVE A REPLY

Please enter your comment!
Please enter your name here